fbpx

NDAରେ ସାମିଲ ହେବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା? ଦେଲେ ବଡ଼ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ପାଇଁ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି)ର ମୁଖ୍ୟ ଫାରୁକ ଅବଦୁଲ୍ଲା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ସାମିଲ ହେବା ନେଇ ସଙ୍କେତ ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ଜମ୍ମୁରେ ଏନସି ଏକାକୀ ଲଢ଼ିବ ଓ ଏନଡିଏ ସହିତ ମେଣ୍ଟ କରିବା ନେଇ କୌଣସି ସମ୍ଭାବନା ନଥିବା ଫାରୁକ କହିଛନ୍ତି । ତେବେ ଭବିଷ୍ୟତରେ ସେ ବିଜେପି-ଏନଡିଏ ସହିତ ସାମିଲ ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ।

ଶ୍ରୀନଗର ଠାରେ ଫାରୁକ କହିଛନ୍ତି, ଜମ୍ମୁ କଶ୍ମୀର ବିଧାନସଭା ଓ ଲୋକସଭା ନିର୍ବାଚନ ଏକସଙ୍ଗେ ହେବ । ନ୍ୟାସନାଲ କନଫରେନ୍ସ ଏକାକୀ ନିର୍ବାଚନ ଲଢ଼ିବ, ଏଥିରେ କୌଣସି ଦ୍ୱିମତ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଯଦି ତାଙ୍କୁ ସାକ୍ଷାତ ପାଇଁ ଆମନ୍ତ୍ରଣ କରନ୍ତି ତେବେ ସେ କ’ଣ କରିବେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଫାରୁକ କହିଥିଲେ, ‘ଯେତେବେଳେ ମୋତେ ଡକରା ଆସିବ ସେତେବେଳେ ଆଲୋଚନା କରିବାକୁ କିଏ ନ ଚାହିଁବ ।’

Get real time updates directly on you device, subscribe now.