fbpx
BJD
BJD SKY
BJD SKY

‘Poacher’ର ଟ୍ରେଲର ରିଲିଜ, ହାତୀ ଦାନ୍ତ ଚୋରା ଚାଲାଣ ଉପରେ ଆଧାରିତ ଏହି ୱେବ୍ ସିରିଜ୍

ମୁମ୍ବାଇ: ଗୁରୁବାର ଓଟିଟିରେ ରିଲିଜ ହୋଇଛି ନୂତନ ୱେବ୍ ସିରିଜ୍ ‘Poacher’। ଏମି ପୁରସ୍କାର ବିଜେତା ବିଶିଷ୍ଟ ଫିଲ୍ମ ନିର୍ମାତା ରିଚି ମେହତାଙ୍କ ନିର୍ଦ୍ଦେଶିତ ‘Poacher’ ହେଉଛି ଏକ କ୍ରାଇମ୍ ୱେବ୍ ସିରିଜ । ହାତୀ ଦାନ୍ତ ଚୋରା ଚାଲାଣ ସହ ଜଡ଼ିତ ସତ୍ୟ ଘଟଣା ଉପରେ ଆଧାରିତ ଏହି ୱେବ୍ ସିରିଜ୍ । ତେବେ ‘Poacher’ର ଟ୍ରେଲର ଦେଖିଲା ପରେ ଦର୍ଶକଙ୍କ ମନରେ ୱେବ୍ ସିରିଜକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି ।

ରିଚି ମେହତାଙ୍କ ନିର୍ଦ୍ଦେଶିତ ‘Poacher’ ୱେବ୍ ସିରିଜରେ ଆଲିୟା ଭଟ୍ଟ ଏଗଜିକ୍ୟୁଟିଭ୍ ପ୍ରଡ୍ୟୁସର ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହି ୱେବ୍ ସିରିଜରେ ମୋଟ୍ ୮ଟି ଏପିସୋଡ୍ ରହିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ୱେବ ସିରିଜରେ ଦର୍ଶାଯାଇଛି ଯେ କିପରି ହାତି ଦାନ୍ତ ଚୋରା ଚାଲାଣ କରୁଥିବା ଶିକାରୀଙ୍କ ପର୍ଦ୍ଦାଫାସ ହେଉଛି । ‘Poacher’ ମାଲାୟାମ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଦେଖିପାରିବା । ଏଥିରେ ନିମିଷା ସଜୟନ୍, ରୋଶନ୍ ମାଥ୍ୟୁ ଏବଂ ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଫେବୃଆରୀ ୨୩ରେ ଆମାଜନ୍ ପ୍ରାଇମ୍ ଭିଡ଼ିଓରେ ‘Poacher’ର ପ୍ରିମିୟର ରିଲିଜ ହେବ ।

Get real time updates directly on you device, subscribe now.