fbpx

‘ମୋ ପରିବାର ଦିଲ୍ଲୀରେ ଅସମ୍ପୂର୍ଣ୍ଣ’, ରାୟବରେଲୀ ଜନତାଙ୍କୁ ଏପରି ଭାବୁକ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟୀ ଏବଂ ସୋନିଆ ଗାନ୍ଧୀଙ୍କ ପାରମ୍ପରିକ ସିଟରୁ ଏଥର ସୋନିଆ ଗାନ୍ଧୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେନାହିଁ । ସେ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହାପରେ ସ୍ପଷ୍ଟ ହୋଇଛି ଯେ, ରାୟବରେଲୀର ଆସନରୁ ଜଣେ ନୂତନ ପ୍ରାର୍ଥୀ ପ୍ରତିଦ୍ୱନ୍ଧିତା କରିବେ । ସୋନିଆ ଗାନ୍ଧୀଙ୍କ ରାଜ୍ୟସଭା ଯିବାକୁ ନେଇ ଅନେକ ସ୍ଥାନରେ ଅଲୋଚନା ଲାଗିରହିଛି । ତେବେ ଏହି ସମୟରେ ସୋନିଆ ଗାନ୍ଧୀ ରାୟବରେଲୀ ଜନତାଙ୍କ ପାଇଁ ଏକ ଚିଠି ଲେଖିଛନ୍ତି ।

ସୋନିଆ ଗାନ୍ଧୀ ଏହି ଚିଠିରେ ଲେଖିଛନ୍ତି ଯେ, ରାୟବରେଲୀ ବିନା ତାଙ୍କ ପରିବାର ଅସଂପୂର୍ଣ୍ଣ । ସେ ଲେଖିଛନ୍ତି, ‘ମୋ ପରିବାର ଦିଲ୍ଲୀରେ ଅଂସପୂର୍ଣ୍ଣ ଅଟେ । ସେ ରାୟବରେଲୀ ଆସି ଏବଂ ଆପଣ ସମସ୍ତଙ୍କ ସହ ଭେଟ କରି ତାଙ୍କୁ ବହୁତ ଭଲ ଲାଗିଲା । ଏହି ସଂପର୍କ ବହୁ ପୂରାତନ ଏବଂ ମୋ ଶାଶୁଘରୁ ମୋତେ ଏହା ସୌଭାଗ୍ୟ ଭଳି ମିଳିଛି । ସୋନିଆ ଗାନ୍ଧୀ କହିଛନ୍ତି ଯେ, ରାୟବରେଲୀ ସହ ତାଙ୍କ ପରିବାରର ସଂପର୍କ ବହୁତ ଗଭୀର ଅଟେ ।

ସେ କହିଛନ୍ତି ଯେ, ସ୍ୱାଧୀନତା ପରର ପ୍ରଥମ ଲୋକସଭା ନିର୍ବାଚନରେ ଆପଣମାନେ ମୋ ଶ୍ୱଶୁର ଫିରୋଜ ଗାନ୍ଧୀଙ୍କୁ ଏଠାରେ ଜିତାଇ ଦିଲ୍ଲୀ ପଠାଇଥିଲେ । ଏହାପରେ ମୋ ଶାଶୂ ଇନ୍ଦିରା ଗାନ୍ଧୀଙ୍କୁ ଆପଣ ନିଜର କରିଥିଲେ । ଏହାପରେ ଦୁଃଖ-ସୁଖ, ଉଥାନ-ପତନ ସହ ଆଗକୁ ବଢିଚାଲିଛି । ଆପଣମାନେ ମୋତେ ମଧ୍ୟ ଚାଲିବାର ପଥ ଦେଖାଇଛନ୍ତି ।

ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ନିଜ ଜୀବନସାଥୀ ଏବଂ ଶାଶୂଙ୍କୁ ସବୁଦିନ ପାଇଁ ହରାଇ ମୁଁ ଆପଣମାନଙ୍କ ପାଖକୁ ଆସିଛି । ମୁଁ ଆପଣଙ୍କ ପାଖେ ମୋ କାନି ପତାଇଥିଲି । ଗତ ଦୁଇଟି ନିର୍ବାଚନର କଠିନ ପରିସ୍ଥିତିରେ ମଧ୍ୟ ଆପଣମାନେ ମୋ ସହ ଏକ ଶିଖର ଧାରରେ ଠିଆ ହୋଇଥିଲେ ଏବଂ ମୁଁ ଏହାକୁ କେବିବି ଭୁଲିବି ନାହିଁ । ଆଜି ମୁଁ ଯେଉଁଠି ଅଛି ତାହା ରାୟବରେଲୀ ପାଇଁ । ଏହି ଚିଠିରେ ସୋନିଆ ଗାନ୍ଧୀ ନିର୍ବାଚନ କାହିଁକି ଲଢିଲେ ନାହିଁ ସେ ବିଷୟରେ ମଧ୍ୟ କହିଛନ୍ତି । ସେ ଲେଖିଛନ୍ତି ଯେ, ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ବୟସ ବୃଦ୍ଧି ପାଇଁ ଆଗାମୀ ଲୋକସଭା ନିର୍ବାଚନ ଲଢିପାରିବି ନାହିଁ । ଏହି ନିଷ୍ପତ୍ତି ପରେ ମୋତେ ଅପଣଙ୍କର ସିଧାସଳଖ ସେବା କରିବା ପାଇଁ ସୁଯୋଗ ମିଳିବ ନାହିଁ । ହେଲେ ଏହା ନିଶ୍ଚିତ ଯେ, ମୋ ମନ-ହୃଦୟ ଆପଣଙ୍କ ପାଖେ ସର୍ବଦା ରହିବ ।

Get real time updates directly on you device, subscribe now.