fbpx

ସ୍ୱରସ୍ୱତୀ ପୂଜାରେ ବଡ଼ ଧରଣର ତ୍ରୁଟି: ବିନା ବସ୍ତ୍ରରେ କରାଗଲା ମା’ ସରସ୍ୱତୀଙ୍କ ପୂଜା

ଓଡ଼ିଶା ଭାସ୍କର: ହିନ୍ଦୁ ଶାସ୍ତ୍ର ଅନୁସାରେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ମାଆ ସରସ୍ୱତୀ ଜନ୍ମ ହୋଇଥିଲେ ଏବଂ ସେହିଦିନରୁ ଏହି ଦିନକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ତେଣୁ ବସନ୍ତ ପଞ୍ଚମୀ ଅର୍ଥାତ ଗତକାଲି ମା’ ସରସ୍ୱତୀଙ୍କ ପୂଜା ସବୁଠି ବଡ଼ ଧୂମଧାମରେ ପାଳନ ହୋଇଛି। କିନ୍ତୁ ଗତକାଲି ମା’ଙ୍କ ପୂଜା ହୋଇଥିବା ଏକ ବଡ଼ ତ୍ରୁଟି ଏବେ ସାମ୍ନାକୁ ଆସିଛି। ଏହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖା ଦେଇଛି। ତେବେ ଘଟଣାଟି ହେଉଛି ବିନା ବସ୍ତ୍ରରେରେ ମା’ ସରସ୍ୱତୀଙ୍କ ମୂର୍ତ୍ତିକୁ ପୂଜା କରାଯାଇଛି। ଏଭଳି ଏକ ସାଙ୍ଘାତିକ ତ୍ରୁଟି ତ୍ରିପୁରାର ଅଗରତାଲାର ଏକ ସରକାରୀ କଲେଜରେ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଅଗରତାଲାର ଉକ୍ତ ସରକାରୀ କଲେଜରେ ସରସ୍ୱତୀ ପୂଜା ଦିନ ମା’ ସରସ୍ୱତୀଙ୍କ ବିନା ଶାଢ଼ୀଯୁକ୍ତ ପ୍ରତିମାକୁ ପୂଜା କରାଯାଇଥିଲା। ତେବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ଏବିଭିପି ଓ ବଜରଙ୍ଗ ଦଳର କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ପ୍ରବଳ ହଙ୍ଗାମା କରିଛନ୍ତି। ଏହାପରେ ଏବିଭିପିର କିଛି କର୍ମୀମାନେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତିରେ ଶାଢ଼ୀ ପିନ୍ଧାଇଛନ୍ତି। ତେବେ ପାରମ୍ପିକର ଭାରତୀୟ ପୋଷାକ ପିନ୍ଧି ନଥିବା ମୂର୍ତ୍ତିକୁ ଏବିଭିପି କଥିତ ରୂପେ ଅଶ୍ଳୀଳ ବୋଲି କହିଛି। ଏହାସହ ଉଭୟ ଏବିଭିପି ଓ ବଜରଙ୍ଗ ଦଳ ଆୟୋଜକଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ସେହିପରି ଏବିଭିପି ଛାତ୍ର ସଙ୍ଗଠନ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ମାମଲାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି। ସେପଟେ ସର୍ବସାଧାରଣରେ ଘଟଣା ବିଷୟରେ ଖବର ପ୍ରସାର ହେବା ପରେ ସବୁଠି କଲେଜ କତୃପକ୍ଷଙ୍କୁ ନିନ୍ଦା କରାଯାଇଛି।

ଏଠାରେ କହି ରଖୁଛୁ ଯେ, ବିବାଦ ବଢ଼ିବା ପରେ ଉକ୍ତ ସରସ୍ୱତୀଙ୍କ ମୂର୍ତ୍ତିକୁ କଲେଜ କର୍ତ୍ତୃପକ୍ଷ ହଟାଇ ଦେଇଛି। ଏବଂ ସେହି ସ୍ଥାନରେ ଆଉ ଏକ ମୂର୍ତ୍ତିକୁ ସ୍ଥାପନ କରାଯାଇଛି। ପୂଜା ପେଣ୍ଡାଲ ପଛପଟେ ବିବାଦୀୟ ମୂର୍ତ୍ତିରେ ପ୍ଲାଷ୍ଟିକ ଢ଼ାଙ୍କି ଘୋଡାଇ ଦିଆଯାଇଛି। ଅନ୍ୟପଟେ ଏହି ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ଏନେଇ କଲେଜ ପ୍ରଶାସନ, ଏବିଭିପି କିମ୍ବା ବଜରଙ୍ଗ ଦଳ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନଥିବା କୁହାଯାଉଛି।

Get real time updates directly on you device, subscribe now.