fbpx

ହାଇକୋର୍ଟଙ୍କୁ ମିଳିଲା ବୋମା ପକାଇ ଉଡାଇଦେବାର ଧମକ, ପୋଲିସ ବଢାଇଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କୁ ବୋମା ଦ୍ୱାରା ଉଡାଇଦେବା ପାଇଁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସୂଚନା ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରେସନ ଜେନେରାଲକୁ ଏକ ଇମେଲ ମାଧ୍ୟମରେ ବୋମା ପକାଇବା ଧମକ ମିଳିଛି । ଏହି ମାମଲାର ସୂଚନା ମିଳିବା ମାତ୍ରେ, ଦିଲ୍ଲୀ ପୋଲିସ ଅଦାଲତରେ ସମସ୍ତ ପରିସରକୁ ଯାଞ୍ଚ କରିଛି ଏବଂ ଗେଟରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ।

ଏହି ମାମଲାକୁ ନେଇ ଦିଲ୍ଲୀ ପୋଲିସର ଏକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟାର ଜେନେରାଲଙ୍କୁ ବୁଧବାର ଦିନ ସେମାନଙ୍କ ଅଫିସିଆଲ ଆକାଉଁଣ୍ଟରେ ଇମେଲ ମିଳିଛି । ବଳବନ୍ତ ଦେସାଇ ନାମକ ବ୍ୟକ୍ତିଙ୍କ ଦ୍ୱାରା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟାର ଜେନରାଲଙ୍କୁ ୧୨ ଫେବୃଆରୀ ଦିନ ପଠାଯାଇଥିବା ଇମେଲରେ କୁହାଯାଇଛି ଯେ, ଗୁରୁବାର ଦିନ ଏକ ବୋମା ଧମାକା ହେବ ଏବଂ ଏହା ଦିଲ୍ଲୀରେ ସବୁଠାରୁ ବଡ଼ ଧମାକା ହେବ । ଇମେଲରେ ଲେଖାଯାଇଛି ଯେ, ଏହା ଦିଲ୍ଲୀରେ ସବୁଠାରୁ ବଡ଼ ବିସ୍ଫୋଟ ହେବ । ମନ୍ତ୍ରୀଙ୍କୁ ମଧ୍ୟ ଫୋନ କର, ସସସ୍ତଙ୍କୁ ଉଡାଇଦିଆଯିବ ।

ଏହି ଇମେଲକୁ ଗଭୀରତାର ସହ ନେଇ କତ୍ତୃପକ୍ଷ ସୁରକ୍ଷାକୁ ବଢାଇଦେଇଛନ୍ତି । ଇମେଲ ପରେ ଉଚ୍ଚ ନ୍ୟାୟାଳୟ ର କତ୍ତୃପକ୍ଷ ପୋଲିସକୁ ଏକ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ, ଉଚ୍ଚ ନ୍ୟାୟାଳୟ ର ସମକ୍ଷ ପ୍ରାଧିକରଣ ମାମଲାକୁ ଗଭୀରତା ସହ ନିଆଯାଇଛି ଏବଂ ଆୟୁକ୍ତଙ୍କ ଠାରୁ ଉଚ୍ଚ ନ୍ୟାୟାଳୟ ପରିସରରେ ଏବଂ ତାଙ୍କ ଆଖପାଖରେ ସୁରକ୍ଷା ବଢାଇବା ପାଇଁ ଅନୁରୋଧ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ପ୍ରାଧିକରଣମାନଙ୍କ ମାମଲାର ବିସ୍ତୃତ ଯାଞ୍ଚ କରିବା ଏବଂ ଶୀଘ୍ର ଏକ ରିପୋର୍ଟ ଦାଖଲ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.