fbpx

ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ; ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପୁରୀ: (ଓଡ଼ିଶା ଭାସ୍କର) ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ର ହେବ ଶୁଭାରମ୍ଭ । ଏନେଇ ପୁରୀ ମିଟିଂରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେପଟେ ଆଉ ଏକ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବା ନେଇ କହିଲେ ରେଳ ମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ ବୋଲି ଆଜି ପୁରୀ ମିଟିଂରେ କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ଆଜି ସକାଳେ ପୁରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେଲେ ଅଶ୍ୱିନୀ । କହିଲେ କି ଆଉ ଥରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ‘ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଆଶୀର୍ବାଦରୁ ଓଡ଼ିଶାର ସେବା କରିବି’ । ‘ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ସବୁବେଳେ ସେବା ମନୋଭାବ ରହିଥାଉ’ । ‘ଓଡ଼ିଶାକୁ ବିକଶିତ ପ୍ରଦେଶ କରିବା ମୋଦିଙ୍କ ପ୍ରୟାସକୁ ସାକାର କରିବି’ । ତାଙ୍କର ଏପରି କଥା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି ।

 

Get real time updates directly on you device, subscribe now.