fbpx

NH-16 ଚଣ୍ଡିଖୋଲ-ଭଦ୍ରକ ୬ଲେନ୍‌ ରାସ୍ତାର ଲୋକାର୍ପଣ ସହ ୬ହଜାର ୬୦୦କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ନୂଆଦିଲ୍ଲୀ: ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡ଼କରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କଲେ ନୀତିନ । ଏନଏଚ୍‌ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ ରାସ୍ତାର ଲୋକାର୍ପଣ । ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ଉତ୍ସବରେ ଅଭିଭାଷଣ ଦେଲେ ଗଡ଼କରୀ । ୨୦୨୪ ଶେଷ ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ଆମେରିକା ସହ ସମାନ ହେବାନେଇ କହିଛନ୍ତି ଗଡ଼କରୀ । ସେ ଆହୁରି କହିଛନ୍ତି, ” ଏବେ ଯାହା ହେଉଛି ତାହା ମାତ୍ର ଟ୍ରେଲର, ଫିଲ୍ମ ବାକି ଅଛି’ । ‘ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ନିର୍ବାଚନ ଜିତିବା ସୁନିଶ୍ଚିତ’ । ‘ତୃତୀୟ ପାଳିରେ ଓଡ଼ିଶାରେ ଆହୁରି ବିକାଶ କାମ ହେବ’ ।”

ଆଜି ଅର୍ଥାତ ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଆସିବାରେ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଆଜି ସେ କୌଣସି କାରଣରୁ ଓଡ଼ିଶା ଆସୁନଥିଲେ । ଯଦିଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଏହା ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ଗସ୍ତ ରହିଥିଲା କିନ୍ତୁ ତାଙ୍କର ଏହି ଗସ୍ତ ଆଜି ବାତିଲ ହୋଇଥିଲା । ବ୍ୟକ୍ତିଗତ କାରଣ ପାଇଁ ସେ ତାଙ୍କର ଏହି ଗସ୍ତ ବାତିଲ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନିଜ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ନୀତିନ ଗଡ଼କରୀଙ୍କ ସ୍ଥାନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରେ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

Get real time updates directly on you device, subscribe now.