fbpx

FasTag ନିୟମ ପରିବର୍ତ୍ତନ କଲା NHAI: ଗାଡ଼ିରେ FasTag ଲାଗି ନଥିଲେ ଦୁଇଗୁଣା ଟୋଲ ଟାକ୍ସ ଦେବେ ଗାଡ଼ି ଚାଳକ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଟୋଲ ପ୍ଲାଜାରେ ଲାଗୁଥିବା ଟ୍ୟାକ୍ସକୁ ନେଇ ଭାରତୀୟ ।ତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ଯେଉଁ ଲୋକମାନେ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇ ନଥିବେ, ଏବେ ସେମାନେ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିଦେବ । ଏହାକୁ ନେଇ ଏନଏଚଆଇ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏ ସମ୍ବନ୍ଧରେ ସମସ୍ତ ଟୋଲ ପ୍ଲାଜରେ ସୂଚନା ପ୍ରଦର୍ଶନ କରାଯିବାକୁ କୁହାଯାଇଛି । ଫଳରେ ଏପରି ଦାୟିତ୍ୱହୀନ କରୁଥିବା ଲୋକମାନେ ପେନାଲ୍ଟୀ ବିଷୟରେ ଅବଗତ ହୋଇ ପାରିବେ ।

ଏନଏଚଏଆଇର ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ସମସ୍ୟା ବଢ଼ିପାରେ । ସେମାନେଙ୍କୁ ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିବାକୁ ପଡ଼ିପାରେ । ନୂଆ ନିୟମ ଅନୁସାରେ, ଯେଉଁ ଲୋକଙ୍କର ଗାଡ଼ିରେ ଫାଷ୍ଟ୍ୟାଗ ଲାଗୁନଥିବ ସେମାନଙ୍କ ଠାରୁ ଡବଲ୍ ପରିମାଣର ଟୋଲ ଟ୍ୟାକ୍ସ ଆଦାୟ କରାଯିବ । ଏ ବାବଦରେ ଏନଏଚଏଆଇ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।

ଅନେକ ସମୟରେ କିଛି ଲୋକ କାର ବା ଅନ୍ୟ ଯାନର ୱିଣ୍ଡସ୍କିନରେ ଜାଣିଶୁଣି ଫାଷ୍ଟ୍ୟାଗ ଲଗାଉ ନଥିବାର ଦେଖାଯାଇଥାଏ । ତେଣୁ ଏହାକୁ ନେଇ ଏନଏଚଏଆଇ କଠୋର ନିୟମ ଲାଗୁ କରିଛି । ଏଣିକି ୱିଣ୍ଡସ୍କ୍ରିନରେ ଜାଣିଜାଣି ଫାଷ୍ଟ୍ୟାଗ ନ ଲଗାଇଲେ ଅଧିକ ଟ୍ୟାକ୍ସ ଆଦାୟ କରାଯିବ । ୱିଣ୍ଡସ୍କ୍ରିନରେ ଫାଷ୍ଟ୍ୟାଗ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅଯଥାରେ ବିଳମ୍ବ ହୋଇଥାଏ । ଏଥିପାଇଁ ଅନ୍ୟ ଯାନ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଏ ବାବଦରେ ପ୍ରାଧିକରଣ ପକ୍ଷରୁ ଏସଓପି ଜାରି କରାଯାଇଛି ।

Get real time updates directly on you device, subscribe now.