fbpx

(VIDEO)ଭାଗ୍ୟର ବିଡ଼ମ୍ବନା, ଶୋଇଥିବା ବେଳେ ପତଳା ଯୁବକଙ୍କ ଉପରେ ପଡ଼ିଗଲେ ମୋଟା ମଣିଷ…

ଓଡ଼ିଶା ଭାସ୍କର: ଦୁର୍ଘଟଣା କେବେ ବି କାହା ସହିତ ହୋଇପାରେ । ସୋସିଆଲ ମିଡିଆରେ ଦୁର୍ଘଟଣା ଜନିତ ଅନେକ ଭିଡିଓ ରହିଛି । ସାଧାରଣତଃ ଦେଖିବାକୁ ଗଲେ ଦୁର୍ଘଟଣା ପାଇଁ କେହି କେବେ ଆଗୁଆ ପ୍ରସ୍ତୁତ ନଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏମିତି ଭିଡିଓ ଘୁରି ବୁଲୁଛି, ଯେଉଁଥିରେ ଅଜବ ଅଜବ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି । ସେମିତି ଏକ ଭାଇରାଲ ଭିଡିଓ ଏବେ ଦେଖିବାକୁ ମିଳୁଛି, ଏଥିରେ ଜଣେ ବ୍ୟକ୍ତି ସମୁଦ୍ର କୂଳ ବାଲିରେ ଆରାମରେ ଶୋଇଛନ୍ତି। ତାଙ୍କ ସହ ଜାହା ଘଟିଲାଵ ସେ କେବେ ଭାବି ନଥିବେ ଯେ ଏପରି ଗଟିବ ବୋଲି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପତଳା ବ୍ୟକ୍ତି ସମୁଦ୍ର କୂଳରେ ଶୋଇଛନ୍ତି। ଠିକ୍ ସେତିକିବେଳେ ତାଙ୍କ ପାଖରେ ଠିଆ ହୋଇଥିବା ଦୁଇ ଜଣ ମୋଟା ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ଦୁହେଁ ପରସ୍ପରକୁ ଚିତ୍କାର କରିବା ଆରମ୍ଭ କରିଦିଅନ୍ତି । ତେବେ ଏହାପରେ ଦୁଇ ଭାରି ଲୋକଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ ଖସିପଡ଼ିବାରୁ ସେ ହଠାତ୍ ସମୁଦ୍ର କୂଳରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଯାଇଥିଲେ। ସେ ସିଧାସଳଖ ଅଣ୍ଟାରେ ଥିବା ବ୍ୟକ୍ତିଙ୍କ ଛାତି ଉପରେ ପଡିଗଲେ ଏବଂ ବୁଲିବା ସମୟରେ ଓଲଟା ହୋଇଯାଇଥିଲେ । ସେହି ମୋଟା ବ୍ୟକ୍ତି ଜଣକ ପଡ଼ିଯିବା ହେତୁ ପତଳା ବ୍ୟକ୍ତି ଜଣକ ଥରିଯିବାର ଦେଖାଯାଉଛି ଏବଂ ଯନ୍ତ୍ରଣା ରେ ତୁରନ୍ତ ଉଠିବାକୁ ଚେଷ୍ଟା ଆରମ୍ଭ କରିଦେଉଛନ୍ତି । ତେବେ ସେହି ପତଳା ବ୍ୟକ୍ତିଙ୍କ ସହ କ’ଣ ଘଟିଛି ତାହା ଏଯାଏଁ କିଛି ଜଣାପଡ଼ିନାହିଁ, କିନ୍ତୁ ଏହି ଦୁର୍ଘଟଣାକୁ ନେଇ ସେ ନିଶ୍ଚୟ ବହୁତ ଭୟଭୀତ ହୋଇଥିବେ ବୋଲି କୁହାଯାଇପାରେ। ଏହି ଭିଡିଓକୁ ଦେଖି ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଆଶା କରୁଛି ଏହି ବ୍ୟକ୍ତି ସୁସ୍ଥ ଅଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ମୁଁ ତାଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛି,” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ପଞ୍ଜରା ହାଡ଼ ନିଶ୍ଚୟ ଭାଙ୍ଗି ଯାଇଥିବ।

 

Get real time updates directly on you device, subscribe now.