ଭୁବନେଶ୍ବରରେ ମଝି ରାସ୍ତାରେ ଯୁବକଙ୍କୁ ହାଣିଲେ! ପଡ଼ିଛି ରକ୍ତ ଛିଟା

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।

ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଛାତି ଉପରେ ପଡିଲା ରକ୍ତର ଛିଟା । ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ରାଜଧାନୀ ରାସ୍ତାରେ ରକ୍ତଛିଟା-  ଚପଲ ସହିତ ରାସ୍ତାରେ ରକ୍ତର ଛିଟା ପଡିଥିବା ଦେଖାଯାଇଛି । ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ତେବେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ କେଉଁ କାରଣ ପାଇଁ ଆକ୍ରମଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

ଆକ୍ରମଣକାରୀମାନେ ଯୁବକଙ୍କୁ ଧାରୁଆ ଅସ୍ତ୍ର ସହିତ ଆକ୍ରମଣ କରିଥିଲେ । ତେବେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିବା କଥା କହିଛି ।