fbpx

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ବାପା-ଝିଅ ମୃତ

ନୂଆପଡ଼ା: ପୋଖରୀରେ ଗାଧୋଇବା ହେଲା କାଳ । ଆଜି ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ୫ ବର୍ଷ ଝିଅ ଓ ବାପାଙ୍କ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଏନଏସିର ସାଲେଭଟା ଗାଁରେ । ଗାଁଲୋକ ମାନେ ପୋଖରୀରୁ ଉଭୟ ବାପା ଓ ଝିଅଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି । ଗାଧୋଇବାକୁ ଯାଇ ଅନେକ ସମୟ ଧରି ନଫେରିବାରୁ ଲୋକମାନେ ଖୋଜାଖୋଜି କରିଥିଲେ ।

ତେବେ ଖୋଜାଖୋଜି କରିବା ଯିବା ସମୟରେ ଗାଁଲୋକ ମାନେ ପୋଖରୀ କୂଳରେ ଗାମୁଛା ଓ ଚପଲ ଦେଖିବାକୁ ପାଇଥିଲେ । ପରେ ସେମାନଙ୍କ ସନ୍ଦେହ ହୋଇଥିଲା । ତେବେ ଯାହା ସୂଚନା ରହିଛି ଝିଅକୁ ବୁଡ଼ି ଯାଉଥିବା ଦେଖି ବାପା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ଏହି ସମୟରେ ପାଣିରେ ବୁଡ଼ି ବାପା ବି ପ୍ରାଣ ହରାଇଥିବା କୁହାଯାଉଛି ।

Get real time updates directly on you device, subscribe now.