ଅଲାଜୁକ ଶ୍ୱଶୁର, ବୋହୂକୁ ନିଦ ବଟିକା ଦେଇ…

ସବୁ ଲାଜ ସରମ ଭୁଲି ଶଶୂର ବୋହୂ ସହ ଏମିତି କଲା

ହରିୟାଣା: ଅଲାଜୁକ ଶ୍ୱଶୁର, ଲାଜ ସରମ ଭୁଲି ବୋହୂକୁ ଅଚେତ କରି ଯାହା କଲା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଏଭଳି ଏକ ଘୃଣ୍ୟ ଘଟଣା ହରିୟାଣାର ଫରିଦାବାଦରେ ଦେଖିବାକୁ ମିଳିଛି। ଯେଉଁଥିରେ ଶ୍ୱଶୁର ତାଙ୍କ ବୋହୂଙ୍କୁ ଅଚେତ କରି ବଳାତ୍କାର କରିଥିଲେ ଏବଂ ତା’ପରେ ସେ ତାଙ୍କ ଗଳା କାଟି ହତ୍ୟା କରିଥିଲେ।

ଦୁଇମାସ ପରେ ହେଲା ପର୍ଦ୍ଦାଫାଶ: ସେତିକିରେ ବି ତାଙ୍କ ମନ ବୁଝିଲାନି ଯେ, ଶ୍ୱଶୁର ଘର ଲୋକେ ମିଶି ବୋହୂର ମୃତଦେହକୁ ଏକ ଗାତରେ ପୋତି ଦେଇଥିଲେ। ପ୍ରାୟ ଦୁଇ ମାସ ପରେ, ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୋଲିସ ଅଭିଯୁକ୍ତ ଶ୍ୱଶୁର ଏବଂ ଶାଶୁଙ୍କୁ ଗିରଫ କରିଛି। ସ୍ୱାମୀ ଏପର୍ଯ୍ୟନ୍ତ ଫେରାର ଥିବାବେଳେ ମାମଲାର ତଦନ୍ତ ଜାରି ରହିଛି।

ହତ୍ୟା ପୂର୍ବରୁ କରାଯାଇଥିଲା ଯୋଜନା: ପୋଲିସ ଅଧିକାରୀ କହିଛନ୍ତି ଯେ, ପଚରାଉଚରା ସମୟରେ ଅଭିଯୁକ୍ତ ଶ୍ୱଶୁର କହିଛନ୍ତି ହତ୍ୟା କରିବା ପୂର୍ବରୁ ଏଥିପାଇଁ ଯୋଜନା ହୋଇଥିଲା।

ତାଙ୍କ ସ୍ୱାମୀ ଏବଂ ଶାଶୁ ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ। ଅଭିଯୁକ୍ତ ଶ୍ୱଶୁର ପ୍ରକାଶ କରିଛନ୍ତି ଯେ ଯୋଜନା ଅନୁଯାୟୀ, ପୀଡିତାଙ୍କ ଶାଶୁଙ୍କୁ ତାଙ୍କ ଭଣଜାର ବିବାହ ପାଇଁ ଏପ୍ରିଲ 15 ତାରିଖରେ ଉତ୍ତର ପ୍ରଦେଶର ଏଟା ପଠାଯାଇଥିଲା।

ନିଦ ଔଷଧ ଦେଇ ବଳାତ୍କାର: 21 ଏପ୍ରିଲ ରାତିରେ ଅରୁଣ ତାଙ୍କ ସ୍ତ୍ରୀ ଏବଂ ଭଉଣୀ କାଜଲଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ଦେଇଥିଲେ। ଦୁହେଁ ନିଜ ନିଜ ରୁମରେ ଗଭୀର ନିଦ୍ରାରେ ଶୋଇଥିଲେ। ତା ପରେ ଶ୍ୱଶୁର ବିଳମ୍ବିତ ରାତିରେ ବୋହୂଙ୍କ ରୁମକୁ ଯାଇ ବୋହୂଙ୍କୁ ବଳାତ୍କାର କରିଥିଲେ ଏବଂ ଓଢଣୀ ସାହାର୍ଯ୍ୟରେ ବେକ ଚିପି ମାରି ଦେଇଥିଲେ।

ମୃତଦେହକୁ ଗାତରେ ଫିଙ୍ଗିଦେଲେ: କିଛି ସମୟ ପରେ, ସେ ତାଙ୍କ ପୁଅକୁ ଡାକି ମୃତଦେହକୁ ନେଇ ରାସ୍ତାରେ ଖୋଳାଯାଇଥିବା ଏକ ଗାତରେ ଫିଙ୍ଗି ଦେଇଥିଲେ। ସେମାନେ ଇଟା ଏବଂ ପଥରରେ ମଧ୍ୟ ସେହି ଗାତକୁ ପୋତି ଦେଇଥିଲେ। ଏହି ମାମଲାରେ, ପଲ୍ଲା ପୋଲିସ ଷ୍ଟେସନରେ ଶ୍ୱଶୁର, ଶାଶୁ, ସ୍ୱାମୀ ଏବଂ ନଣନ୍ଦଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।