ମଝି ସମୁଦ୍ରରେ ଜାହାଜରୁ ଖସି ପଡ଼ିଲା ୫ ବର୍ଷର ଝିଅ, ସେପଟେ ଝିଅକୁ ବଞ୍ଚାଇବାକୁ ପାଣିକୁ ଡେଇଁପଡିଲେ ବାପା

ଭିଡ଼ିଓ ଭାଇରାଲ। "ଏ ବାପା ନୁହଁନ୍ତି, ଏ ହେଉଛନ୍ତି ଜଣେ ସୁପର୍ ହିରୋ"।

ନୂଆଦିଲ୍ଲୀ: ବାପା ଏବଂ ଝିଅର ସମ୍ପର୍କକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ।  କିନ୍ତୁ ଏବେ ଏକ ଘଟଣା ଏହି ସମ୍ପର୍କର ଗଭୀରତାକୁ ସମଗ୍ର ବିଶ୍ୱ ସାମ୍ନାରେ ପ୍ରକାଶ କରିଛି। କାରଣ ଜଣେ ବାପା ନିଜ ଜୀବନକୁ ଖାତିର ନକରି ତାଙ୍କ ଝିଅକୁ ବଞ୍ଚାଇବାକୁ ଗଭୀର ସମୁଦ୍ର ଭିତରକୁ ଡେଇଁପଡିଛନ୍ତି।

ଏହା ଦେଖିବା ପରେ ସମସ୍ତେ ଏହି ବାପାଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି। ଏବଂ ଜଣେ ବାପା ତା ଝିଅର ପାଇଁ କ’ଣ କରିପାରେ ଏହି ଘଟଣାର ଉଦାହରଣ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ।

ସମୁଦ୍ରକୁ ଡେଇଁଲେ ବାପା: ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ଡିଜନ କ୍ରୁଜ୍ ଜାହାଜରେ ଯାତ୍ରା କରୁଥିଲେ।  ଜାହାଜଟି ବାହାମାସରୁ ଦକ୍ଷିଣ ଫ୍ଲୋରିଡ଼ା ଯାଉଥିଲା। ଯାତ୍ରା ସମୟରେ ତାଙ୍କ ୫ ବର୍ଷର ଝିଅ ମଧ୍ୟ ବାପାଙ୍କ ସହିତ ଥିଲା।

କ୍ରୁଜ ଜାହାଜଟି ସମୁଦ୍ର ମଝିରେ ଥିବା ସମୟରେ, ଝିଅଟି ଖେଳୁଥିବା ସମୟରେ ଡେକର ଧାରରୁ ହଠାତ୍ ସମୁଦ୍ରରେ କସି ପଡ଼ିଲା। ଏସବୁ କିଛି ମୁହୂର୍ତ୍ତ ମଧ୍ୟରେ ଘଟିଗଲା।

ଆଉୱ ଯେତେବେଳେ ବାପା ଜଣକ ଦେଖିଲେ କି ତାଙ୍କ ଝିଅ ଜାହାଜରୁ ପାଣିରେ କସି ପଡିଛି, ସେତେବେଳେ କୌଣସି କାଳ ବିଳମ୍ୱ ନକରି ନିଜ ଜୀବନକୁ ବାଜିରେ ଲଗାଇ ଝିଅକୁ ବଞ୍ଚାଇବାକୁ ଜାହାଜରୁ ପାଣିକୁ ଡେଇଁପଡିଲେ।

ଭିଡ଼ିଓ ଭାଇରାଲ: ଏହି ଘଟଣା ପରେ ଜାହାଜରେ ଉପସ୍ଥିତ ଅନ୍ୟ ଯାତ୍ରୀ ଏବଂ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କ୍ରୁଜ୍‌ର ସୁରକ୍ଷା କର୍ମୀମାନେ ଲାଇଫ୍ ବୋଟ୍ ଏବଂ ଭାସମାନ ରିଙ୍ଗକୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ।

କିନ୍ତୁ ଏହି ସମୟ ମଧ୍ୟରେ ଜାହାଜର ଗତି ବହୁତ ଦ୍ରୁତ ଥିଲା ଏବଂ ଏହା ଆଗକୁ ଚାଲିଗଲା। ଏହା ପରେ ଉଦ୍ଧାର ଦଳର ସଦସ୍ୟମାନେ ଲାଇଫ୍ ବୋଟ୍ ସହିତ ସମୁଦ୍ର ଭିତରକୁ ଚାଲିଗଲେ। ଉଦ୍ଧାର ଦଳ ଉଭୟ ବାପା ଏବଂ ଝିଅଙ୍କୁ ସୁରକ୍ଷିତ ଭାବରେ ବାହାର କରିନେଇଥିଲେ, ଯାହାଦ୍ୱାରା ବାପା ଝିଅଙ୍କ ଜୀବନ ରକ୍ଷା ପାଇଗଲା।

ଲୋକମାନଙ୍କ ପ୍ରଶଂସା: ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ବାପାଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି। ଏବଂ କହୁଛନ୍ତି ଏ ଖାଲି ବାପା ନୁହଁନ୍ତି ଏ ହେଉଛନ୍ତି ଜଣେ ହିରୋ।