fbpx

ଷ୍ଟଣ୍ଟ ମରିବା ହେଲା କାଳ: ପୁଅ ଆଗରେ ସମୁଦ୍ର ଲହରୀ ଭାସିଗଲା ବାପ

ପୁରୀ(ଭାସ୍କର ନ୍ୟୁଜ୍‌) : ପୁରୀ ବୁଲିଆସି ହସଖୁସିରେ ଖେଳୁଥିଲେ ବାପ-ପୁଅ । ପୁଅ ଆଗରେ ବାପା ବି ଦେଖାଉଥିଲେ ଷ୍ଟଣ୍ଟ । କିନ୍ତୁ ଆଖି ପିଛୁଳାକେ ପୁଅ ଆଖିଆଗରେ ସମୁଦ୍ର ଲହରୀରେ ଭାସିଗଲେ ବାପା । ଯେତେ ଖୋଜାଖୋଜି କଲେ ବି ମିଳିଲାନି। ଅଞ୍ଚଳରେ ଛାଇଗଲା ଦୁଃଖର ଛାୟା।

ସୂଚନା ମୁତାବିକ, ସମୁଦ୍ରରେ ଷ୍ଟଣ୍ଟ ମାରୁଥିବା ବେଳେ ଜଣେ ବ୍ୟକ୍ତି ବୁଡି ନିଖୋଜ ହୋଇଯାଇଥିଲା। ନିଖୋଜ ବ୍ୟକ୍ତିଜଣକ ହେଲେ ବାଲେଶ୍ୱରରବଂଶୀଧର ବେହେରା ବୋଲି ଜଣାପଡିଛି । ଶନିବାର ସେମାନେ ସପରିବାର ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିଲେ । ତେବେ ସମୁଦ୍ର କୂଳରେ ପୁଅକୁ ଷ୍ଟଣ୍ଟ ଦେଖାଉଥିବା ବେଳେ ଲହରୀ ତାଙ୍କୁ ଟାଣି ନେଇଥିଲା । ଲାଇଫ୍‌ ଗାର୍ଡ ଖୋଜାଖୋଜି କରି ତାଙ୍କ ପତ୍ତା ପାଇପାରି ନାହାନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ମୃତଦେହ ଠାବ କରିବାରେ ସଫଳ ହୋଇନାହିଁ। ଏନେଇ ପରିବାର ଲୋକ ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.