fbpx

ପ୍ରେମରେ ପଡ଼ିଲେ ୨ ସନ୍ତାନର ବାପା… ବାହା ହେବା ପାଇଁ ମନା କରିବାରୁ ଯୁବତୀଙ୍କ ଉପରେ ଚଳାଇଲେ ଗୁଳି

Advertisement

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଧବାର ବିଳମ୍ବିତ ରାତିରେ କ୍ରସିଂଗ୍ ଥାନା ଅଞ୍ଚଳର ଡୁଣ୍ଡାହେଡାରେ ଜଣେ ଯୁବତୀ ବିବାହ ପ୍ରସ୍ତାବ ମନା କରିବାରୁ ଜଣେ ବିବାହିତ ଯୁବକ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନାରୁ ପ୍ରକାଶ ଡୁଣ୍ଡାହେଡା ନିବାସୀ ରବି ଜଣେ ବିବାହିତ ପୁରୁଷ । ସେ ଦୁଇଟି ସନ୍ତାନର ପିତା । ଦେଢ଼ ବର୍ଷ ପୂର୍ବରୁ ସେ ଇନଷ୍ଟାଗ୍ରାମ ମାଧ୍ୟମରେ କଲୋନୀରେ ରହୁଥିବା ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ତେବେ ଇନଷ୍ଟାଗ୍ରାମରେ ସେ ନିଜକୁ ଅବିବାହିତ ଦର୍ଶାଇ ଉକ୍ତ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ଏହା ପରେ ଯୁବତୀଙ୍କୁ ବିବାହ କରିବା ପାଇଁ ମିଛ ଆଶ୍ୱାସନା ଦେଇଥିଲେ । କିନ୍ତୁ ପରେ ଯବକ ଜଣଙ୍କ ବିବାହିତ ବୋଲି ଯୁବତୀ ଜାଣିବାକୁ ପାଇଥିଲେ । ଏହା ପରେ ଯୁବତୀ ରବିଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଅପରପକ୍ଷରେ ରବି ଉକ୍ତ ଯୁବତୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ବିବାହ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେ ରବି ପରିବାରକୁ ଧମକ ମଧ୍ୟ ଦେଇଥିଲେ । ବୁଧବାର ରବି ଭଲପାଉଥିବା ଯୁବତୀଙ୍କ ଘରକୁ ଆସି ତାଙ୍କ ଉପରେ ଗୁଳି ଚଳାଇବା ପରେ ସେଠାରୁ ଫେରାର ହୋଇଥିଲେ । ତୁରନ୍ତ ପରିବାର ଲୋକେ ଯୁବତୀଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଯୁବତୀଙ୍କୁ ଦିଲ୍ଲୀ ରେଫର କରାଯାଇଥିବା ଜଣାପଡ଼ିଛି । ପରେ ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା ।

 

Get real time updates directly on you device, subscribe now.