ବାପାଙ୍କ ଗାଳି ଶୁଣି ବିଷ ପିଇଲା ଝିଅ, କାରଣ ଜାଣିବା ପରେ ପୋଲିସ କଲା ଖୁଲାସା

ଉଦୟପୁର: ରାଜସ୍ଥାନର ଉଦୟପୁରରୁ ଏକ ଆଶ୍ଚର୍ଯ୍ୟଜନ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବାପାଙ୍କ ଗାଳି ଶୁଣି ଜଣେ ଝିଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ମୁତାବକ, ଜଣେ ପିତା ନିଜ ଝିଅକୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ଆଗରେ ଗାଳି କରିଥିଲେ । ଫଳରେ ସେ ଡିପ୍ରେସନରେ ରହି ଘରକୁ ଆସିବା ପରେ ବିଷ ପିଇଦେଇଥିଲେ । ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଛି । ଏହି ଘଟଣା ଉଦୟପୁର ଜିଲ୍ଲାର ଫଲାସିଆ ବିଛିୱାଡାରେ ଘଟିଛି । ୧୩ ବର୍ଷୀୟ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପୋଲିସକୁ ଦିଆଯାଇଥିଲା । ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ଖୁଲାସା କରିଛି କି, ନାବାଳିକା ଜଣକ ସିନିୟର ସ୍କୁଲ ବିଛିୱାଡ଼ାରେ ପଢ଼ୁଥିଲେ । ୨୨ ଫେବ୍ରୁଆରୀ ୨୦୨୨ରେ ତାଙ୍କର ହିନ୍ଦୀ ପ୍ରି-ବୋର୍ଡ ପେପର ଥିଲା । ସେହି ସମୟରେ ନାବାଳିକା ନିକଟରୁ ଏକ କପି ମିଳିଥିଲା । ଏହାପରେ ତାଙ୍କ ପିତା ହେମରାଜ ଯେ କି ସେହି ସ୍କୁଲର ଲାଇବ୍ରେରିଆନ ଥିଲେ, ସେ ସମସ୍ତଙ୍କ ସାମ୍ନାରେ ଝିଅକୁ ଗାଳି କରିଥିଲେ । ଗାଳି ଶୁଣି ଛାତ୍ରୀଜଣକ ଡିପ୍ରେସନରେ ଚାଲିଯାଇଥିଲେ ଓ ଘରକୁ ଆସି କୌଣସି ବିଷାକ୍ତ ପଦାର୍ଥ ପିଇଥିଲେ । ମେଡିକାଲରେ ଚିକିତ୍ସା ସମୟରେ ହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନେ କହିଛନ୍ତି କି, ନାବାଳିକାଙ୍କ ପିତା ଗାଳି କରିବା ସହିତ ଜୋରଦାର ଚାପୁଡ଼ା ମଧ୍ୟ ମାରିଥିଲେ ।