fbpx

ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ିଲେ: ଗିରଫ ହେଲେ ବାପ-ପୁଅ

ବୌଦ୍ଧ, ୧୫ା୩ (ଓଡିଶା ଭାସ୍କର): ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ି ବାପା-ପୁଅ ଗିରଫ ହୋଇଛନ୍ତି । ଗତକାଲି ମୁଣ୍ଡେଶ୍ୱର ଜଙ୍ଗଲର ୪ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସ୍କ୍ୱାଡକୁ ମିଳିଥିଲା । ସ୍କ୍ୱାଡକୁ ଦେଖି ଖସି ପଳାଉଥିବା ବେଳେ ସେମାନେ ଧରାପଡ଼ିଥିଲେ । ସେମାନଙ୍କ ନିକଟରୁ ୨ଟି ଟାଙ୍ଗିଆ ଓ ଦିଆସିଲି ଜବତ କରାଯାଇଛି । ଆଜି ବାପ ଓ ପୁଅଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ଦୁଇଜଣ ଧରାପଡ଼ିଥିଲେ । ପରେ ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

Get real time updates directly on you device, subscribe now.