fbpx

୭ ଘଣ୍ଟା ଶୋଇବା ସତ୍ତ୍ୱେ ଦିନସାରା ରହୁଛି କି ଥକାପଣ? ଜାଣନ୍ତୁ ରହିଛି କେଉଁ ପୋଷକ ତତ୍ତ୍ୱର ଅଭାବ

Advertisement

ଯଦି ଆପଣ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ସତ୍ତ୍ୱେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଏହା ଭଲ ସ୍ୱାସ୍ଥ୍ୟର ଲକ୍ଷଣ ନୁହେଁ । ଦିନସାରା ଆମ ଶରୀରରେ କେତେ ଶକ୍ତି ରହିବ ତାହା ନିର୍ଭର କରେ ଆମର ନିୟମିତ ଖାଦ୍ୟାଭ୍ୟାସ ଉପରେ । ତେବେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ଶକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ । ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ରହିଲେ ତାହା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ ଥକାପଣର କାରଣ କେତେକ ପୋଷକ ତତ୍ତ୍ୱର ଅଭାବରେ ହୋଇପାରେ।

ଭିଟାମିନ୍ ଇ୧୨ – ଶରୀରରେ ଶକ୍ତି ଏବଂ ଲାଲ ରକ୍ତ କଣିକା ପାଇଁ ଭିଟାମିନର ଇ୧୨ ଅତ୍ୟନ୍ତ ଜରୁରୀ । ଏହି ପୋଷକ ତତ୍ତ୍ୱର ଅଭାବରେ ଆପଣ ଥକାପଣ ଏବଂ ଦୁର୍ବଳତାର ଶିକାର ହୋଇପାରନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ଆଦି ଖାଇବା ଉଚିତ୍ ।

ଭିଟାମିନ୍ ଡି – ଶକ୍ତି ଉତ୍ପାଦନ ଏବଂ ମାଂସପେଶୀ କାର୍ୟ୍ୟରେ ଭିଟାମିନ୍ ଡି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାର ଅଭାବରେ ଥକାପଣ ଏବଂ ମାଂସପେଶୀ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ପ୍ରତିଦିନ କିଛିସମୟ ସୂର୍ଯ୍ୟକିରଣ ନେବା, ଚର୍ବିଯୁକ୍ତ ଖାଦ୍ୟ ଏବଂ ଫୋର୍ଟିଫାଏଡ଼ ଖାଦ୍ୟ ଖାଇ ଭିଟାମିନ୍ ଡି ଅଭାବକୁ ଦୂର କରିପାରିବେ ।

ଆଇରନ – କୋଷରେ ଅମ୍ଳଜାନ ବହନ କରିବା ପାଇଁ ଆଇରନ ଅତ୍ୟନ୍ତ ଆବଶ୍ୟକ । ଏହାର ଅଭାବରେ ଆପଣ ରକ୍ତହୀନତା ଏବଂ ଥକ୍କାପଣର ଶିକାର ହୋଇପାରନ୍ତି । ଏହାକୁ ଦୂର କରିବା ପାଇଁ ଲାଲ୍ ମାଂସ, ବିନ୍ସ, ମସୁର ଡାଲି, ଫୋର୍ଟିଫାଏଡ଼ ଶସ୍ୟ ପରି ଆଇରନ ଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ ।

ଭିଟାମିନ୍ ସି – ଆଇରନକୁ ଶରୀରରେ ଅବଶେଷଣ କରାଇବାରେ ଭିଟାମିନ୍ ସି ବହୁତ ସାହାଯ୍ୟ କରିଥାଏ । ଯଦି ଏହି ପୋଷକ ତତ୍ତ୍ୱର ଅଭାବରେ କ୍ଳାନ୍ତି ଏବଂ ଦୁର୍ବଳ ଅନୁଭବ କରିବା ସାଧାରଣ କଥା । ଏହାକୁ ଏଡାଇବା ପାଇଁ ଆପଣ ସାଇଟ୍ରସ ବା ଖଟାଜାତୀୟ ଫଳ, ଷ୍ଟ୍ରବେରି, କିୱି, କ୍ୟାପ୍ସିକମ୍ ଏବଂ ପତ୍ରଯୁକ୍ତ ସବୁଜ ଖାଇବା ଉଚିତ ।

Get real time updates directly on you device, subscribe now.