fbpx

‘ସଂଘ କାର୍ଯ୍ୟକର୍ତ୍ତାଙ୍କ ଉପରେ ଫୁଲ ବର୍ଷା କଲ, ଏବେ ମରିବ’, ଡାକ୍ତରଙ୍କ ବିରୋଧରେ ଫତଓ୍ଵା ଜାରି

Advertisement

ମୁରାଦାବାଦ: ସଂଘ କାର୍ଯ୍ୟକର୍ତ୍ତାଙ୍କ ସ୍ଵାଗତ କଲ ଆଉ ଫୁଲ ବର୍ଷା କଲ। ଏବେ ପରିଣାମ ଭୋଗିବ। ଉତ୍ତର ପ୍ରଦେଶ ମୁରାଦାବାଦରେ ସଂଘର କାର୍ଯ୍ୟକର୍ତ୍ତାଙ୍କ ସ୍ଵାଗତ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ଡାକ୍ତରଙ୍କ ନାମ ଡ. ମହମ୍ମଦ ନିଜାମ ଭାରତୀ। ସମାଜରୁ ସାମୂହିକ ବହିଷ୍କାର କରିବାକୁ ତାଙ୍କ ବିରୋଧରେ ଫତଓ୍ଵା ଜାରି କରାଯାଇଛି। ଏଥିସହ ତାଙ୍କୁ ହତ୍ୟା କରିବାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

ମହମ୍ମଦ ନିଜାମ ମେନାଠେର ଥାନା ଅନ୍ତର୍ଗତ ମହମୁଦପୁର ମାଫିର ବାସିନ୍ଦା। ସେ ଭାରତୀ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଆରଏସଏସର ପଥ ଯାତ୍ରାରେ ଫୁଲ ବର୍ଷା କରିବାରୁ ଅସନ୍ତୁଷ୍ଟ ଇମ୍ରାନ ଆମ ବିରୋଧରେ ଫତଓ୍ଵା ଜାରି କରିଛନ୍ତି। ଆଉ ମୁସଲିମ ସମାଜରୁ ମୋତେ ସାମୂହିକ ବହିଷ୍କାର କରିବାକୁ ଫତଓ୍ଵା ଜାରି କରାଯାଇଛି।
ଏପରିକି ସ୍ଥାନେ ସ୍ଥାନେ ପୋଷ୍ଟର ବାଣ୍ଟି ଆମ ପରିବାର ସହ କୌଣସି ସମ୍ବନ୍ଧ ନରଖିବାକୁ ସ୍ଥାନୀୟ ଲୋକଙ୍କୁ କୁହାଯାଉଛି। ମୋତେ ମାରିବା ସହ ଗାଁରୁ ବହିଷ୍କାର କରିବା ପାଇଁ ମଧ୍ୟ ପୁରସ୍କାର ରାଶି ରଖାଯାଇଛି। ଫତଓ୍ଵା ଜାରି ହେବା କାରଣରୁ ମୁସଲିମ ସମାଜର ଲୋକେ ଧିରେ ଧିରେ ମୋ ପରିବାରଠୁ ଦୂରେଇବାରେ ଲାଗିଛନ୍ତି। ନିଜାମ ବିଜେପି ସହ ଜଡିତ ଥିବା କୁହାଯାଉଛି।

ମହମ୍ମଦ ନିଜାମ ଭାରତୀ ଥାନାରେ ଏଫଆଇଆର ରୁଜୁ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି। ତେବେ କିଛି ଗାଁ ଲୋକଙ୍କ କହିବା କଥା ମାମଲାଟି ଆଇପିଏଲରେ ଜୁଆ ଖେଳ ସହ ଜଡିତ।

Get real time updates directly on you device, subscribe now.