ଶାଳୀକୁ ନେଇ ରାତି ଅଧରେ ଚମ୍ପଟ ମାରିଲା ଭିଣୋଇ, ଘଟଣା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଲେ

15ବର୍ଷୀୟା ଶାଳୀ ସହିତ ଭିଣୋଇର ହୋଇଗଲା ପ୍ରେମ, ଶେଷରେ ରାତି ଅଧରେ ଘରୁ ଫେରାର ହୋଇଗଲେ

ଉତ୍ତରପ୍ରଦେଶ: କଥାରେ ଅଛି ‘ଶାଲୀ, ଅଧା ଘରବାଲୀ’। ଅବଶ୍ୟ ଏହା ମଜାରେ କୁହାଯାଇଥାଏ କିନ୍ତୁ କିଛି ଜଣ ଏହାକୁ ଅତି ଗମ୍ଭୀରତାର ସହ ନେଇଥାନ୍ତି। ଯାହାର ପରିଣାମ ବହୁତ ଖରାପ ହୋଇଥାଏ। ସେହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲୀରେ। ଯେଉଁଠି ଦେଖିବାକୁ ମିଳିଛି ଭିଣୋଇ ତାଙ୍କ ଶାଳୀକୁ ଏତେ ଭଲ ପାଇଗଲେ ଯେ, ଶେଷରେ ତାଙ୍କୁ ନେଇ ଫେରାର ହୋଇଗଲେ। ଯାହାଙ୍କୁ ଏବେ ପୋଲିସ ଖୋଜୁଛି।

ଘଟଣାଟି ଶାହୀ ଥାନା ଅନ୍ତର୍ଗତ। ଥାନାରେ ଅଭିଯୋଗ କରିବାକୁ ଯାଇ ଝିଅର ବାପା କହିଥିଲେ, ମୁଁ ୧୦ ବର୍ଷ ପୂର୍ବେ ରାମପୁର ଜିଲ୍ଲାର ଏକ ଗାଁର ଜଣେ ଯୁବକଙ୍କ ସହ ମୋ ବଡ଼ ଝିଅର ବିବାହ କରିଥିଲି। ମେ ୨୪ ତାରିଖରେ ମୋ ଜ୍ୱାଇଁ ଘରକୁ ଆସିଥିଲେ। ସେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରୁଥିଲେ। ସେତେବେଳେ କେହି ତାଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କରିନଥିଲେ।

ରାତିରେ ଖାଇସାରିବା ପରେ ସମସ୍ତେ ଯେତେବେଳେ ଶୋଇବାକୁ ଗଲେ ସେହି ଅନ୍ଧାରର ସୁଯୋଗ ନେଇ ଜ୍ୱାଇଁ ତାଙ୍କ ୧୫ ବର୍ଷୀୟା ଝିଅକୁ ନେଇ ଫେରାର ହୋଇଗଲେ। ସକାଳେ ସମସ୍ତେ ଉଠିବା ପରେ ଜ୍ୱାଇଁ ଘରେ ନଥିବା ଦେଖିବାକୁ ପାଇଥିଲେ ତା ସହିତ ଝିଅ ମଧ୍ୟ ଘରେ ନଥିଲା। ଏହା ପରେ ସମସ୍ତ ଘଟଣା ସ୍ପଷ୍ଟ ହୋଇଗଲା।

ଝିଅର ବାପା ଯେତେବେଳେ ତାଙ୍କ ଜ୍ୱାଇଁ ଘରକୁ ଯାଇ ଏସବୁ କହିଲେ, ସେତେବେଳେ ଜ୍ୱାଇଁଙ୍କ ପରିବାରର ସଦସ୍ୟମାନେ ତାଙ୍କୁ ଧମକ ଦେଇ ବଡ ଝିଅକୁ ତାଙ୍କ ତିନି ଝିଅଙ୍କ ସହିତ ମାଡ ମାରି ଘରୁ ବାହାର କରିଦେଲେ। ତା ପରେ ଝିଅର ବାପା ଥାନାରେ ଯାଇ ଅଭିଯୋଗ କରିଥିଲେ। ତା ପରେ ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ଝିଅକୁ ଖୋଜୁଛି।

ସୂଚନା ଅନୁସାରେ, ଯେତେବେଳେ ବି ଭିଣୋଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ ସେତେବେଳେ ସେ ଶାଳୀଙ୍କ ସହିତ ମଜା କରୁଥିଲେ। ସମସ୍ତେ ଭାବୁଥିଲେ ଯେ, ଶାଳୀ ଭିଣୋଇ ତ ମଜା କରନ୍ତି। କିନ୍ତୁ ଏସବୁ ପଛରେ ତାଙ୍କର ଅସଲ ଉଦ୍ଦେଶ୍ୟ କଣ ସେସବୁ କେହି ଜାଣିନଥିଲେ।