ଲାଇଭ୍ ଭିଡିଓ କରି ଅଫିସରେ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବନ୍ଦ ଘରେ ଲାଇଭ ଭିଡିଓ କରି  ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ନାରାୟଣପାଟଣା ଥାନା ପଥର ଦେଉଳସାହିରେ ଅଭାବନୀୟ ଘଟଣା ।

ରାଉରକେଲା: ବନ୍ଦ ଘରେ ଲାଇଭ ଭିଡିଓ କରି  ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ନାରାୟଣପାଟଣା ଥାନା ପଥର ଦେଉଳସାହିରେ ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ପୋଷ୍ଟ କରି MBK ଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ତେବେ 6 ବର୍ଷ ଧରି ଉପରିସ୍ଥ ଅଧିକାରୀ ତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ BLC ଓ BPM ଦାୟୀ ବୋଲି କହି ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି ।

ତେବେ ରାଉରକେଲା ମହନଗର ନିଗମ ଅଫିସ ଷ୍ଟୋରରେ କାର୍ଯ୍ୟରତ ଥିଲେ ମହିଳା । ଅଫିସ ଭିତରେ କବାଟ ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ସ୍ୱାମୀ ରାଉରକେଲା ମହାନଗର ନିଗମରେ ଇଲେକ୍ଟ୍ରିକାଲ ବିଭାଗରେ କାମ କରୁଥିଲେ। ୨୦୧୬ରେ କାମ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରୁ ପଡି ଜୀବନ ଯାଇଥିଲା ।

ଏହାପରେ ମହିଳାଙ୍କୁ ଚାକିରୀ ଓ ଘର ସହ ଆର୍ଥିକ ସହାୟତା ଦିଆଯିବ ବୋଲି କୁହାଯାଇଥିଲା ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ମହନଗର ନିଗମ ଅଧୀନରେ ଚାକିରୀ ନଦେଇ ଆଉଟସୋର୍ସ ଭାବରେ କାର୍ଯ୍ୟ କରିବାକୁ ଦିଆଯାଇଥିଲା ।  ବାରମ୍ବାର ମହାନଗର ନିଗମ କମିଶନରଙ୍କୁ ଅଭିଯୋଗ କରି ଅଭିଯୋଗ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । ଉଦ୍ଧାର ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ରାଉରକେଲା ବିଧାୟକ ମଧ୍ୟ ରାଉରକେଲା ସରକାରୀ ହସ୍ପିଟାଲ ଆସି ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।