ଢାକା- ବାଙ୍ଗଲାଦେଶରେ ଜଣେ ସାମ୍ବାଦିକାଙ୍କୁ ଜନତା ଭାରତ ସମର୍ଥକ ଅଭିଯୋଗ କରି ଘରେଲେ । ଦେଶକୁ ଭାରତରେ ସାମିଲ କରିବାକୁ ପ୍ରୟାସ କରୁଥିବା ଲଗାଇଲେ ଆଭିଯୋଗ । ତେବେ ପୋଲିସ ମହିଳା ସାମ୍ବାଦିକଙ୍କୁ ଭିଡ କବଳରୁ ଉଦ୍ଧାର କରିଛି । ସାମ୍ବାଦିକାଙ୍କୁ ଘେରାବନ୍ଦୀ କରିବାର ଭିଡିଓ ଭାଇରାଲ ହେଉଛି ।
ଢାକାରେ ମହିଳା ସାମ୍ବାଦିକା ମୁନ୍ନି ସାହାଙ୍କୁ ଜନତା ଘେରିବା ଦେଶ ସହ ବେଇମାନ କରୁଥିବା ଅଭିଯୋଗ ଲଗାଇଥିଲେ । ସାମ୍ବାଦିକା ବାରମ୍ବାର କହୁଥିଲେ ମୁଁ ମଧ୍ୟ ଏହି ଦେଶର ନାଗରିକ, କିନ୍ତୁ ତାଙ୍କ କଥା କେହି ଶୁଣି ନ ଥିଲେ । ତେବେ ପୋଲିସ ତାଙ୍କୁ ଭିଡ କବଳରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଢାକା ମେଟ୍ରୋପଲିଟାନ ପୁଲିସ କହିଛି, ଭିଡର ଘେରାବନ୍ଦୀରେ ସାହାଙ୍କୁ ପାନିକ ଆଟାକ ହୋଇଥିଲା । ପୋଲିସ ତାଙ୍କ ସ୍ୱାସ୍ଥ ଯାଞ୍ଚ କରିବା ପରେ ତାଙ୍କୁ ଛାଡି ଦେଇଛି କିଛି ସର୍ତ୍ତରେ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ସାହା ଭିଡ ଦ୍ୱାରା ଘେରି ରହିଛନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଉପରେ ଅଭିଯୋଗ ଆଣୁଛି କି, ୨୦୦୯ ବାଙ୍ଗଲା ରାଇଫଲ୍ସ ବିଦ୍ରୋହ ସମ୍ବନ୍ଧରେ ସେ ଲୋକଙ୍କୁ ଭ୍ରମିତ କରୁଥିଲେ, ଏଥିରେ ୫୭ ଲୋକଙ୍କ ପ୍ରାଣହାନି ହୋଇଥିଲା । ଏଥିସହ ସେହି ବ୍ୟକ୍ତି ତାଙ୍କୁ ଭାରତର ସମର୍ଥକ କହିବା ସହ ସେ ବାଙ୍ଗଲାଦେଶକୁ ଭାରତରେ ମିଶାଇବାକୁ ଚେଷ୍ଟା କରୁଛନ୍ତି । ଏହି ଦେଶର ନାଗରିକ ହୋଇ ଦେଶର କ୍ଷତି କରୁଥିବା ପରି ଅଭିଯୋଗ କରୁଛନ୍ତି ବ୍ୟକ୍ତି ।
୫୫ ବର୍ଷୀୟା ସାମ୍ବାଦିକ ବଙ୍ଗଳା ଚାନେଲଏଟିଏନ ନ୍ୟୁଜର ପୂର୍ବତନ ନ୍ୟୁଜ ପ୍ରମୁଖ । ଶେଖ ହସିନା ପ୍ରଶାସନ ଗାଜିଚ୍ୟୁତ ହେବ ପରେ ସାହା ଓ ଅନ୍ୟ କିଛି ପତ୍ରକାରଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି ।