ଭୁବନେଶ୍ବର: କଟକ ଏସସିବି ମେଡିକାଲରୁ ମହିଳା କଏଦୀ ଫେରାର । ଜେଲି ଗାର୍ଡକୁ ତକମା ଦେଇ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବଳେ ଗାର୍ଡକୁ ଚକମା ଦେଇ କଏଦୀ ଫେରାର ହୋଇଯାଇଥିଲା । ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ ଏସସିବି ମେଡିକାଲକୁ କଏଦୀଙ୍କୁ ଅଣାଯାଇଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।
ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଦ ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି ।