fbpx
BSKY SKY
BSKY SKY

Festival 2023: ପାର୍ବଣ ଋତୁରେ ଫସନ୍ତୁ ନାହିଁ ଡିଜିଟାଲ ଲୋନ ସ୍କାମରେ, ଜାଣନ୍ତୁ ଉପାୟ

BSKY

ଓଡିଶା ଭାସ୍କର : ଏବେ ପାର୍ବଣ ଋତୁ ଚାଲିଛି । ସମସ୍ତେ କିଣା କିଣିରେ ବ୍ୟସ୍ତ ରହିଛନ୍ତି । ଅନେକ ଲୋକ ଏହି ଫେଷ୍ଟିଭାଲ ସେଲିବ୍ରେଟ କରିବାକୁ କେଉଁଠାରେ ଲୋନ ମିଳୁଛି ତାହା ଖୋଜନ୍ତି । ଆଜିକାଲି ଡିଜିଟାଲ ଲୋନରେ ଅନେକ ପ୍ରକାର ଠକେଇ ହେବାରେ ଲାଗିଛି । ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ନ ହେଲେ ଆପଣଙ୍କ ଝାଳବୁହା ଟଙ୍କା ନଷ୍ଟ ହୋଇଯିବ । ଡିଜିଟାଲ ଲୋନ ପାଇଁ ଯେଉଁଠାରୁ ଆପଣଙ୍କୁ ବାରମ୍ବାର କଲ କିମ୍ବା ମେସେଜ ଆସୁଛି ତେବେ ସେହି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ । ଆସନ୍ତୁ ଜାଣିବା କିଛି ଜରୁରୀ କଥା ।

ସବୁବେଳେ କୌଣସି ପ୍ରତିଷ୍ଠିତ ୱେବସାଇଟ ଏବଂ ପପୁଲାର ବିକ୍ରେତାଙ୍କ ସହିତ ଜଡିତ ହେବା ଆବଶ୍ୟକ । ଯଦି କୌଣସି ଅନଲାଇନ ଷ୍ଟୋର ଆପଣଙ୍କ ପାଇଁ ଅଜଣା ଏବଂ ସେ ଆପଣଙ୍କୁ ଅଧିକ ଡିସକାଉଣ୍ଟ ଅଫର କରୁଛି ତେବେ ଆପଣ ଆଲଟ ହୋଇଯାଆନ୍ତୁ । ଆଗକୁ ବଢିବା ପୂର୍ବରୁ ଆପଣ ତାହା ବିଷୟରେ ଯାଞ୍ଚ କରନ୍ତୁ । ତାହାର ରେଟିଙ୍ଗ ଦେଖନ୍ତୁ ତାହାର ରିଭ୍ୟୁ ଦେଖନ୍ତୁ । ଏହା ପରେ କୌଣସି ପଦକ୍ଷପ ନିଅନ୍ତୁ । ଫର୍ଜି କରୁଥିବା ଲୋକମାନେ ୟୁଜର ମାନଙ୍କୁ ନକଲି କ୍ୟୁଆର କୋଡ ଏବଂ ମେଲ ସେଣ୍ଡ କରନ୍ତି । ଯାହା ପୁରା ଅସଲି ପରି ଦେଖା ଯାଇଥାଏ । ଯେତେବେଳେ ୟୁଜର ଏହା ଉପରେ ସ୍କାନ କରେ ସେତେବେଳେ ତାଙ୍କ ପାଖକୁ ସବୁ ଡାଟା ଚାଲି ଯାଇଥାଏ । ଯଦି ଆପଣଙ୍କୁ କୌଣସି ମେଲ କିମ୍ବା ସେଥିରେ କୌଣସି ଲିଙ୍କ ଆସି ଥାଏ ତେବେ ତାହା ଉପରେ କ୍ଲିକ କରନ୍ତୁ ନାହିଁ । ଠକମାନେ ବ୍ୟକ୍ତିଗତ ବିବରଣୀ ଜାରିବା ପାଇଁ ଏପରି ଲିଙ୍କ ପଠାନ୍ତି ଏବଂ ଆପଣ ଏହା ଉପରେ କ୍ଲିକକଲେ ଆପଣଙ୍କର ସବୁ ଡାଟା ତାଙ୍କ ପାଖକୁ ପଳାଇ ଥାଏ । କୌଣସି ଅଜଣା ଇ ମେଲ ଏବଂ ମେସେଜରୁ ଦୂରରେ ରୁହନ୍ତୁ ।

ଏହା ଛଡା ଆପଣଙ୍କର ପ୍ରତ୍ୟେକ ଆକାଉଣ୍ଟ ପାଇଁ ଆପଣ ଷ୍ଟ୍ରଙ୍ଗ ପାସୱାର୍ଡ ଚୟନ କରନ୍ତୁ । ଏହା ଛଡା ଆପଣ ନିଜର କୌଣସି ଡିଟେଲ୍ସ ଯେପରି ପାସୱାର୍ଡ, ବ୍ୟାଙ୍କ ଡିଟେଲସ, ଆଧାରକାର୍ଡ, ପ୍ୟାନ କାର୍ଡ ସୂଚନା କାହାକୁ ଦିଅନ୍ତୁ ନାହିଁ । ଆପଣଙ୍କ ସ୍ମାର୍ଟ ଫୋନ ଏବଂ କମ୍ପୁଟର ଡିଭାଇସକୁ ସିକ୍ୟୁରିଟି ସଫକଟ ୱେୟାର ଏବଂ ପ୍ୟାଚ ସହିତ ଅପଡେଟ ରଖନ୍ତୁ । ଏହା ପରେ ଯଦି ଆପଣଙ୍କୁ ଅନୁଭବ ହୋଇଥାଏ ଆପଣଙ୍କୁ ଡିଜିଟାଲ ଲୋନ ନେବାକୁ ବାଧ୍ୟ କରୁଛି ତେବେ ଆପଣ ତୁରନ୍ତୁ ସାଇବର ପୋଲିସ ପାଖରେ କପ୍ଲେନ କରିପାରିବେ ।

Get real time updates directly on you device, subscribe now.