fbpx

IND vs NZ ମ୍ୟାଚ ପୂର୍ବରୁ ଜାଡେଜା ବି ଆହତ: Playing-11କୁ ନେଇ ଚିନ୍ତାରେ ରୋହିତ

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱକପରେ ଏକ ମହାମୁକାବିଲା ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ଦୁଇ ଅପରାଜେୟ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ଭିତରେ ହେବ କଡ଼ା ଟକ୍କର । ତେବେ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ଆହତ ହୋଇ ଦଳରୁ ବାଦ୍ ପଡ଼ି ସାରିଛନ୍ତି । ଏହାପରେ ଭାରତୀୟ ଟିମକୁ ବର୍ତ୍ତମାନ ଆଉ ଏକ ଝଟକା ଲାଗିଛି । ଦଳର ଅନ୍ୟ ଜଣେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଏହି ମ୍ୟାଚ ପୂର୍ବରୁ ଆଘାତ ଲାଗିଥିବା ଜଣାଯାଇଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ଲେଇଙ୍ଗ-୧୧ କ’ଣ ରହିବ, ସେ ନେଇ ଦଳର ଅଧିନାୟକ ଚିନ୍ତାରେ ପଡ଼ିଛନ୍ତି ।

ବିସିସିଆଇର ସୂଚନା ଅନୁସାରେ, ହାର୍ଦ୍ଦିକଙ୍କ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି । ତେବେ ଜାଡେଜାଙ୍କ ଆଘାତ ବିଶେଷ ଗମ୍ଭୀର ନୁହେଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି । ଆଘାତ ଲାଗିବା ପରେ ମଧ୍ୟ ବର୍ତ୍ତମାନ ଜାଡେଜା ସୁସ୍ଥ ଥିବା ବେଳେ ଆସନ୍ତାକାଲି ମ୍ୟାଚ ଖେଳିବା ପାଇଁ ଫିଟ୍ ଅଛନ୍ତି ବୋଲି କହିଛି ବିସିସିଆଇ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳରେ ସାମିଲ ହୋଇ ପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରିବେ ଅଧିନାୟକ ରୋହିତ । ତେବେ ଦଳରେ ସୂର୍ଯ୍ୟକୁମାର କିମ୍ବା ମହମ୍ମଦ ଶାମୀଙ୍କ ମଧ୍ୟରୁ ଜଣେ ସ୍ଥାନ ପାଇପାରନ୍ତି ।

ଚଳିତ ବିଶ୍ୱକପରେ ଭାରତ ୪ଟି ମ୍ୟାଚ ଖେଳିଥିବା ବେଳେ ପ୍ରତ୍ୟେକ ମ୍ୟାଚରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକିସ୍ତାନ ପରେ ବାଂଲାଦେଶକୁ ମଧ୍ୟ ପରାସ୍ତ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୪ଟି ମ୍ୟାଚ ଜିତି ଟେବୁଲର ଶୀର୍ଷ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଅର୍ଥାତ୍ ଆସନ୍ତାକାଲିର ମ୍ୟାଚ୍ ଦୁଇ ଟେବୁଲ ଟପ୍ପର ମଧ୍ୟରେ ହେବ । ଉଭୟ ଦଳ ମ୍ୟାଚ ଜିତି ବିଜୟଧାରା ଜାରି ରଖିବା ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବାକୁ ଚାହିଁବ ।

Get real time updates directly on you device, subscribe now.