fbpx
BJD
BJD SKY
BJD SKY

ପ୍ରଥମ ସେଲ କାଲି : ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳିବ Oppo Find N3 Flip

ଓଡିଶା ଭାସ୍କର : ଫୋଲ୍ଡ ଫୋନ କିଣିବାକୁ ଚାହୁଁଛନ୍ତି କି?ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ।Oppo Find N3 Flip ଫୋନର ବିକ୍ରି କାଲି ଠାରୁ ଅର୍ଥାତ ୨୨ ଅକ୍ଟୋବରରୁ ଏହାର ବିକ୍ରି ଆରମ୍ଭ ହେବ । ଯଦି ଆପଣ ମଧ୍ୟ ହେବି ଫିଚର ଏବଂ ଷ୍ଟାଇଲିଷ୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଅପସନଚମ୍ପାନୀ ଏହାକୁ ୯୪,୯୯୯ ଟଙ୍କାରେ ମାସ ଆରମ୍ଭରେ ଏହାକୁ ଲଞ୍ଚ କରିଥିଲା । କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ସବୁଠାରୁ ଭଲ ଏବଂ ଅଧିକ ଫିଚର ଥିବା ଫୋନ ଲଞ୍ଚ କରିଛି । ଯାହାର ଲାଭ ଆପଣ ଉଠାଇ ପାରିବେ ।

ଭାରତରେ ଓପୋ ଏନ ୩ କାଲି ଅର୍ଥାତ ୨୨ ଅକ୍ଟୋବର ସନ୍ଧ୍ୟା ୬ଟାରୁ ଏହା ବିକ୍ରି ହେବା ପାଇଁ ଉପଲବ୍ଧ ହେବ । ଆପଣ ଏହାକୁ ଅନଲାଇନ କିମ୍ବା ଅଫଲାଇନ କିଣି ପାରିବେ । କମ୍ପାନୀ ଏଥିରେ ୧୨ ଜିବି ର୍ୟାମ ଏବଂ ୨୫୬ ଜିବି ଷ୍ଟୋରେଜ ସହିତ ସିଙ୍ଗଲ ଭେରିଏଣ୍ଟ ସହିତ ଏହାକୁ ଲଞ୍ଚ କରାଯାଇଛି । ଏହାର ମୂଲ୍ୟ ୯୪,୯୯୯ ଟଙ୍କା ରଖାଯାଇଛି । ଏହା କ୍ରିମ ଗୋଲ୍ଡ , ପିଙ୍କ କଲରେ ବର୍ତ୍ତମାନ ଉପଲବ୍ଧ ହେଉଛି । ଗ୍ରାହକ ଏହାକୁ ୧୨,୦୦୦ ଟଙ୍କା ଦେଇ କିଣିବା ପରେ ଏହାକୁ ୨୪ ମାସ ପର୍ଯ୍ୟନ୍ତ ଏହାର ଇଏମଆଇ ସୁଝି ପାରିବେ । ଯଦି ଆପଣ ପ୍ରଥମରୁ ଓପ ଗ୍ରାହକ ତେବେ ଆପଣ ୮୦୦୦ ଟଙ୍କା ଏକ୍ସଚେଞ୍ଜ ଲାଭ ମଧ୍ୟ ଉଠାଇ ପାରିବେ । ଏହା ସହିତ ଗ୍ରାହକଙ୍କୁ ପୋଟେବଲ ପିୟୁ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ସ୍କିନ ପ୍ରୋଟେକସନ ମିଳିବ ।

Get real time updates directly on you device, subscribe now.