fbpx

ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା ‘TEJ’: ଭାରତରେ ରଚିବ ମହାତାଣ୍ଡବ!

ନୂଆଦିଲ୍ଲୀ: ଆଗାମୀ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ବାତ୍ୟାରେ ପରିଣତ ହେଉଛି । ରବିବାର ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଭାରତ ଉପରେ ଏହାର ପ୍ରଭାବ କିପରି ରହିବ ସେ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟାକୁ ନେଇ ଦେଶବାସୀଙ୍କ ମନରେ ଏକ ଭୟ ବସା ବାନ୍ଧିଛି ।

ଆଇଏମଡି ସୂଚନା ଦେଇଛି ଯେ, ବାତ୍ୟା ତେଜ୍ ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ନିଜ ଗତିର ବେଗ ବୃଦ୍ଧି କରି ସାରିଛି । ବର୍ତ୍ତମାନ ତେଜ୍ ସାକ୍ରାଟୋ, ଯମନ୍ ନିକଟରେ କେନ୍ଦ୍ରିତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଅକ୍ଟୋବର ୨୫ ସକାଳେ ଅଲ ଗେଦା(ଯମନ୍) ଏବଂ ସଲାଲାହ(ଓମାନ୍) ମଧ୍ୟରେ ତେଜ୍ ର ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସେପଟେ ଆବର ସାଗରରେ ଏହି ବାତ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଏହା ଗୁଜୁରାଟ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ବିଭାଗର ଜଣେ ଅଧିକାରୀ କହିଥିଲେ ଯେ, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଅକ୍ଟୋବର ୨୧ ଏହା ବାତ୍ୟାର ରୂପ ନେବ । ତେବେ ରବିବାର ଏହା ଭୟଙ୍କର ବାତ୍ୟାର ରୂପ ନେଇପାରେ ଏବଂ ଓମାନ୍ ଦକ୍ଷିଣ ତଟବର୍ତ୍ତୀ ଯମନ୍ ଆଡ଼କୁ ଗତି କରିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.