ଓଡିଶା ଭାସ୍କର- ତୁଳସୀ ମାଳା ଧାରଣରେ ରହିଛି ଅନେକ ଲାଭ । ଧାର୍ମିକ, ଆଧ୍ୟାତ୍ମିକ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତି ଶୁଭ ଫଳ ପ୍ରଦାନ କରିଥାଏ । ତୁଳସୀ ବିଷ୍ଣୁଙ୍କ ଅତି ପ୍ରିୟ ହୋଇଥିବାରୁ ତୁଳସୀ ମାଳ ଲଗାଇବା ଦ୍ୱାରା ବିଷ୍ଣୁକୃପା ଲାଭ ହୋଇଥିବା ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଏହି ମାଳା ନକାରାତ୍ମକ ଶକ୍ତିକୁ ପାଖ ପୁରାଇ ଦେଇନଥାଏ । ହେଲେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକୁ ତୁଳସୀ ଧାରଣ କରି ଯିବ ଅତ୍ୟନ୍ତ କ୍ଷତି ପହଞ୍ଚାଇ ଥାଏା ତେବେ ଆସନ୍ତୁ ଜାଣିବା କେଉଁ, କେଉଁ ସ୍ଥାନ ଓ କାମ ପାଇଁ ତୁଳସୀ ଧାରଣ ବାରଣ ହୋଇଛି ।
ତୁଳସୀ ମାଳ ଧାରଣ କରି ଶ୍ମଶାନକୁ ବା ଅନ୍ତିକ ସଂସ୍କାର ବା କାହାର ଶେଷ ଦର୍ଶନ ପାଇଁ ଯିବା ହାନିକାରକ ହୋଇଥାଏ । ଏହି ସ୍ଥାନରେ ନକାରାତ୍ମକ ଶକ୍ତିର ବାସ ହୋଇଥିବାରୁ ତୁଳସୀର ଉର୍ଜା ବାଧିତ ହୁଏ ଓ ଅଶୁଦ୍ଧ ହୋଇଯାଏ ।
ମାଂସ ଖାଇବା ବେଳେ ବା ମଦ୍ୟପାନ କରିବା ସମୟରେ ଶରୀରରେ ତୁଳସୀ ମାଳା ଥିଲେ ଏହା ବ୍ୟକ୍ତିଙ୍କ ଜୀବନରେ ଅନେକ ବାଧାବିଘ୍ନର କାରଣ ହୋଇଥାଏ । ତୁଳସୀ ବିଷ୍ମୁଙ୍କ ପ୍ରିୟ ଥିବାରୁ ମାଂସାହାର, ମଦିରାଳୟକୁ ତୁଳସୀ ପିନ୍ଧି ଗଲେ ମହାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।
କଂସେଇଖାନାକୁ ଯିବା ବେଳେ ମଧ୍ୟ ତୁଳସୀ ମାଳା ଧାରଣ ବର୍ଜନୀୟ । କାରଣ ତୁଳସୀ ଶାନ୍ତି ଓ ଅହିଂସାର ପ୍ରତୀକ । ଏହି ସବୁ ସ୍ଥାନରେ ହିଂସା ଓ କଳିର ବାସ ହୋଇଥିବାରୁ ଏଠାକୁ ତୁଳସୀ ଧାରଣକୁ ବାରଣ କରାଯାଇଛି ।
ଶୌଚାଦି କର୍ମ କାଳରେ ମଧ୍ୟ ତୁଳସୀ ମାଳା ଧାରଣକୁ ବାରଣ କରାଯାଇଛି । ଏହା ମାଳାର ପବିତ୍ରତା ନଷ୍ଟ କରିଥିବା କୁହାଯାଏ ।