fbpx

ରତନଙ୍କ ଅବର୍ତ୍ତମାନରେ ତାଙ୍କ ଦ୍ୱାରା କୁହାଯାଇଥିବା କିଛି କାଳଜୟୀ ବାଣୀ, ସଫଳତାର ଚାବିକାଠି

ନୂଆଦିଲ୍ଲୀ: ସାରା ଦେଶକୁ ଶୋକ ସାଗରରେ ଭସେଇ ଦେଇ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଆରପାରିକି ଚାଲିଯାଇଛନ୍ତି । ପ୍ରତିଟି ଗଣମାଧ୍ୟମରେ ଆଜି ତାଙ୍କୁ ନେଇ ଖବର । ତାଙ୍କର ଛୋଟ ବଡ ପ୍ରତି ନିଷ୍ପତ୍ତି, ପଦକ୍ଷେପ ସାଧାରଣ ଜନତାଙ୍କ ସମ୍ମୁଖକୁ ଆଣାଯାଉଛି । ଏହାରି ଭିତରେ ସେ କହିଥିବା କିଛି କଥା, ଯାହା ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ନୀତିବାଣୀ ହୋଇଯାଇଥିଲା ସେସବୁ ମନେ ପଡୁଛି । ତାଙ୍କ କହିଥିବା କିଛି କଥାକୁ ଆମେ ମଧ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ଏହି ମହାନ ଆତ୍ମାଙ୍କୁ ଆମ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଚାହୁଁଛୁ ।

ମହାନ ରତନ ଟାଟା କହିଥିବା କିଛି ବାଣୀ-

ମୁଁ ସଠିକ ନିଷ୍ପତ୍ତି ନେବା ଉପରେ ବିଶ୍ୱାସ କରେ ନାହିଁ । ମୁଁ ନିଷ୍ପତ୍ତି ନିଏ ଓ ପରେ ସେସବୁକୁ ଠିକ କରି ଗଢିତୋଳେ ।

କେହି ଲୁହାକୁ ନଷ୍ଟ କରିପାରିବ ନାହିଁ, କିନ୍ତୁ ଏହାର କଳଙ୍କ ନଷ୍ଟ କରିଦେବ । ସେମିତି କାହାକୁ କେହି ନଷ୍ଟ କରିପାରିବ ନାହିଁ, କିନ୍ତୁ ସେମାନଙ୍କ ନିଜ ମାନସିକତା କରିଦେବ ।
ଶକ୍ତି ଓ ଧନ, ଏ ଦୁଇଟି ମୋର ପ୍ରମୁଖ ଅଂଶ ନୁହେଁ ।

ଜୀବନରେ କଠିନ ପରିସ୍ଥିତି ସେହି ଲୋକଙ୍କ ପାଖକୁ ଆସିଥାଏ, ଯେଉଁମାନଙ୍କ ପାଖରେ ଏହାର ମୁକାବିଲା କରିବାର କ୍ଷମତା ଥାଏ ।

ଏହି ଦୁନିଆ ଆବଶ୍ୟକତା ଅନୁଯାୟୀ ଚାଲେ, ଯୁଗ ଯୁଗରୁ ସୂର୍ଯ୍ୟର ଅପେକ୍ଷା ରହିଛି, ହେଲେ ଗ୍ରୀଷ୍ମରେ ସେହି ସୂର୍ଯ୍ୟର ତିରସ୍କାର ହୁଏ । ଆପଣ ସେପର୍ଯ୍ୟନ୍ତ ମୂଲ୍ୟବାନ, ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ କାମ ଅଛି ।

ସବୁଠୁ ବଡ ରିସ୍କ, କୌଣସି ରିସ୍କ ନ ନେବା । ଦ୍ରୁତ ଗତିଶୀଳ ଦୁନିଆରେ ବିଫଳ ହେବାର ଏକମାତ୍ର ଗ୍ୟାରେଣ୍ଟି ହେଉଛି ରିସ୍କ ନ ନେବା ।

ଆପଣଙ୍କ ଭୁଲ କେବଳ ଆପଣଙ୍କର, ଆପଣଙ୍କ ଅସଫଳତା କେବଳ ଆପଣଙ୍କର । କାହାକୁ ଏହାର ଦୋଷ ଦିଅନ୍ତୁ ନାହିଁ । ସେହି ଭୁଲରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିଚାଲନ୍ତୁ ।

ଆପଣଙ୍କୁ ନକଲ କରୁଥିବା ଲୋକ ହୁଏତ ଆପଣଙ୍କଠାରୁ ଅଳ୍ପ ସମୟ ପାଇଁ ଆଗେଇ ଯାଇପାରିବେ, ହେଲେ ସେମାନେ ବହୁ ଆଗକୁ ଯାଇପାରିବେ ନାହିଁ ।

ଅନ୍ୟମାନଙ୍କ ସହ କଥା ହେବା ବେଳେ ଦୟା, କରୁଣା ଓ ସହାନଭୂତିର ଶକ୍ତିକୁ କଦାପି ହେୟ ମଣନ୍ତୁ ନାହିଁ ।

ନେତୃତ୍ୱର ମାନେ ନୁହେଁ ଖାଲି ଦାୟିତ୍ୱ ମୁଣ୍ଡେଇବା, କ୍ଷମା ଦେବା ମଧ୍ୟ ଏକ ବଡ ଗୁଣ ।

ସଫଳତା ନିଜ ପାଖକୁ ଆସିବାର ଅପେକ୍ଷା କରିବା ପରିବର୍ତ୍ତେ ନିଜକୁ ସଫଳ କରିବା ଦିଗରେ କାମ କରିବା ଜରୁରୀ ।

ଯଦି ସ୍ପିଡରେ ଚାଲିବାକୁ ଚାହୁଁଥାନ୍ତି, ତେବେ ଏକା ଚାଲନ୍ତୁ, ହେଲେ ଯଦି ବହୁ ଦୂର ଯିବାକୁ ଚାହୁଁଛନ୍ତି, ସମସ୍ତଙ୍କ ସହ ଚାଲ ।

Get real time updates directly on you device, subscribe now.