fbpx

୧୭ ବର୍ଷୀୟ ଗୁକେଶ ହେଲେ ଭାରତର ଏକ ନମ୍ବର ଚେଷ୍ ଖେଳାଳୀ, ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ୧୭ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ବରିଷ୍ଠ ଚେସ୍ ଖେଳାଳି ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଭାରତୀୟମାନଙ୍କ ମଧ୍ୟରେ ବିଶ୍ୱ ର‌୍ୟାଙ୍କିଙ୍ଗ୍ ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ଚେଷ୍ ବିଶ୍ୱକପ୍ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଆଜରବୈଜାନ୍‌ର ଜିଏମ୍ ମିସ୍ରାଦ୍ଦିନ ଇସ୍କାନାରୋଭଙ୍କୁ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ଇସ୍କାନାରୋଭଙ୍କ ବିପକ୍ଷରେ ପ୍ରଥମ ପର୍ଯ୍ୟାୟରେ ବିଜୟ ସହିତ ଲାଇଭ୍ ରେଟିଂରେ ୨୭୫୫.୯ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। ଯାହା ପରେ ସେ ଆନନ୍ଦଙ୍କ (୨୭୫୪) ରେଟିଂକୁ ପଛରେ ପକାଇ ଦେଇଥିଲେ । ଯାହା ପରେ ସେ ୨୦୧୬ ପରେ ପାଣ୍ଟାଲା ହରିକୃଷ୍ଣଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ଲାଇଭ ରେଟିଂରେ ଆନନ୍ଦଙ୍କୁ ପଛରେ ପକାଇ ଦେଇଥିଲେ।

୧୯୮୬ ପରେ ଭାରତର ଏକ ନମ୍ବର ଚେସ୍ ଖେଳାଳୀ ଭାବେ ପାଞ୍ଚଥର ବିଶ୍ୱ ଚାମ୍ପିଅନ ବିଶ୍ୱନାଥ ଆନନ୍ଦ ୩୭ ବର୍ଷ ପାଇଁ ରହିଥିଲେ । ହରିକୃଷ୍ଣ କେବଳ ଗୋଟିଏ ଦିନ ପାଇଁ ଆନନ୍ଦଙ୍କ ଠାରୁ ଆଗରେ ରହିଥିଲେ । କାରଣ ଆଗାମୀ ଦିନ ହିଁ ଏକ ବିଜୟ ସହିତ ଆନ୍ଦ ତାଙ୍କ ପୁର୍ବ ସ୍ଥାନକୁ ଫେରିଥିଲେ ।

୧୯୮୬ ମସିହା ପରେ ପ୍ରଥମ ଥର ପାଇଁ ଅନ୍ୟକେହି ଭାରତୀୟ ର‌୍ୟାଙ୍କିଙ୍ଗ୍‌ରେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଆଗକୁ ଚାଲିଯାଇଛନ୍ତି । ଗତ କିଛି ବର୍ଷ ହେବ ଆନନ୍ଦ ଚେସ୍ ସର୍କିଟ୍‌ରେ କମ୍ ନଜର ଆସୁଥିବାରୁ ଗୁକେଶ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ସ୍ଥାନରେ ରହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.