fbpx

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଗଲା ୧୨ ଜୀବନ

ମୁମ୍ବାଇ,୨୩ ।୪: କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ବ୍ୟତିତ ଅକ୍ସିଜେନ୍ ଅଭାବ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା କାରଣରୁ ମଧ୍ୟ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି । ସେହିପରି ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ପାଲଘର ଜିଲ୍ଲା ଭସାଇରେ ଥିବା କୋଭିଡ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଇସିୟୁ ୱାର୍ଡରେ ନିଆଁ ଲାଗିବା କାରଣରୁ ୧୨ କେୋଭିଡ ରୋଗୀଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ପରେ ଅନ୍ୟ ରୋଗୀମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ପୂର୍ବରୁ ମଧ୍ୟପ୍ରଦେଶର ଶାହଡୋଲରେ ଅକ୍ସିଜେନ ଅଭାବରୁ ୧୨ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଶାହଡୋଲ ମେଡିକାଲ କଲେଜରେ ଘଟିଥିଲା । ୧୨ ଜଣଙ୍କର ମୃତ୍ୟୁ ନେଇ ସୂଚନା ଦେଇଥିଲେ ଶାହଡୋଲ ଅତିରିକ୍ତ କଲେକ୍ଟର ଅର୍ପିତ୍ ବର୍ମା ।

Get real time updates directly on you device, subscribe now.