fbpx
BSKY SKY
BSKY SKY

Big Breaking; ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି କାର୍

BSKY

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଘଟିଯାଇଛି ବଡ଼ ଧରଣର ଅଘଟଣ ଘଟିଯାଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ପାର୍କିଂ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେକାଯାଇଛି । ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା ଏକ କାରରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ଅଚାନକ ପାକିଂରେ ଠିଆ ହୋଇଥିବା ଏହି କାରଟି ହୁତୁହୁତୁ ହୋଇ ଜଳି ଉଠିଛି । ଫଳରେ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣ ଚାହୁଁଚାହୁଁ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଛି । ତେବେ ଏହି ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକ ପ୍ରୟାସ ଜାରି ରଖିଥିବା ବେଳେ ଏହା ସହଜ ହୋଇନାହିଁ । ତେବେ ହଠାତ୍ କାରରେ ନିଆଁ ଲାଗିବାର କାରଣ କ’ଣ ସେ ନେଇ ଏବେ ବି ସ୍ପଷ୍ଟ ହୋଇ ପାରିନାହିଁ । ଯାହାକୁ ନେଇ ଘଟଣାସ୍ଥଳରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.