fbpx

FIFA World Cup 2026 qualifiers Round 2: ଡିଫେଣ୍ଡିଂ ଚାମ୍ପିଅନ୍ କତାର, କୁଏତ ସହିତ ଗ୍ରୁପ୍- ଏ ରେ ଭାରତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ପାଇଁ ଡ୍ର ଘୋଷଣା ହୋଇଛି । ଏହି ରାଉଣ୍ଡରେ ଏସିଆର ୩୬ ଟି ଟିମ୍ ଖେଳିବାକୁ ଥିବା ବେଳେ ଗ୍ରୁପ୍-ଏ ରେ ଭାରତ ସ୍ଥାନ ପାଇଛି । ଭାରତ ସହିତ ଡିପେଣ୍ଡିଂ ଚାମ୍ପିଅନ କାତାର ଏବଂ କୁଏତ ମଧ୍ୟ ସ୍ଥାନ ପାଇଛନ୍ତି । ଏହା ସହିତ ରାଉଣ୍ଡ-୧ରେ ଆଫଗାନିସ୍ଥାନ ଏବଂ ମଙ୍ଗୋଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ବିଜେତା ଚତୁର୍ଥ ଦଳ ଭାବେ ଏହି ଗ୍ରୁପ୍‌ରେ ସ୍ଥାନ ପାଇବ ।

ଭାରତ କେବେ ହେଲେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡ ମଧ୍ୟ ଖେଳିନାହିଁ । ତେଣୁ ଭାରତ ବିଶ୍ୱକପ୍ ଯୋଗ୍ୟତା ପାଇବା ସମସ୍ତ ଭାରତୀୟଙ୍କ ଆଶା ହୋଇଥିବା ବେଳେ ତୃତୀୟ ରାଉଣ୍ଡ ଖେଳିବା ଭାରତ ପାଇଁ ଏକ ବଡ଼ ସଫଳତା ହେବ ।

ନିକଟ ଅତିତରେ ଭାରତୀୟ ଦଳ ବ୍ୟାକ୍‌-ଟୁ-ବ୍ୟାକ୍ ଇଣ୍ଟର କଣ୍ଟିନେଣ୍ଟା କପ୍ ଏବଂ ସାଫ୍ କପ୍ ଜିତି ଭଲ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନ ଆଧାରରେ ଭାରତୀୟ କ୍ରୀଡ଼ା ମନ୍ତ୍ରଳାୟ ଏସିଆନ୍ ଗେମ୍ସ ଖେଳିବା ପାଇଁ ଭାରତୀୟ ଟିମ୍‌କୁ ଅନୁମତି ଦେଇଛନ୍ତି । ସେହିଭଳି ଗୁରୁବାର ଏସିଆନ୍ ଗେମ୍ସ ପାଇଁ ହୋଇଥିବା ଡ୍ରରେ ଭାରତ ଚୀନ୍‌, ବାଂଲାଦେଶ ଏବଂ ମ୍ୟାମାର ସହିତ ଗ୍ରୁପ୍ ଏ ରେ ସ୍ଥାନ ପାଇଛି ।

ପୁର୍ବରୁ ସରକାରଙ୍କ ନିୟମ ଅନୁସାରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରି ନଥିଲେ । ର‌୍ୟାଙ୍କିଙ୍ଗ୍‌ରେ ତାଲିକାରେ ଏସିଆ ଦେଶ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଆଠରେ ଥିଲେ ହିଁ ଭାରତ ସରକାର ଅଂଶ ଗ୍ରହଣ କରିବାକୁ ଅନୁମତି ଦେଉଛନ୍ତି ।

Get real time updates directly on you device, subscribe now.