fbpx

ଦୁଇ ଷଣ୍ଢ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢ଼େଇ: ବୁଝାସୁଝା ପାଇଁ ମଝିରେ ପଶିଲା କୁକୁର, ଆଉ ତା’ପରେ…(ଦେଖନ୍ତୁ ମଜାଦାର Video)

ସୋସିଆଲ ମିଡିଆରେ ଆପଣ ପଶୁମାନଙ୍କର ଲଢ଼େଇ ତ ଅନେକ ଦେଖିଥିବେ । ସେଥିରୁ କିଛି ଭିଡିଓ ଏପରି ଥାଏ କି, ଯାହାକୁ ଦେଖିଲା ପରେ ଲୋମ ଟାଙ୍କୁରି ଯାଏ । ଏହାରି ମଧ୍ୟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨ ଷଣ୍ଢ ଲଢ଼େଇ ଲାଗିଥିବା ଦେଖିବାକୁ ମିଳିଛି । ସେହି ସମୟରେ ଏକ କୁକୁର ମଝିରେ ପଶିଥିଲା, ଯାହାପରେ ଏକ ମଜାଦାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା ।

ଭାଇରାଲ୍ ଭିଡିଓରେ ୨ଟି ଷଣ୍ଢ ଲଢ଼େଇ କରୁଥିବା ନଜର ଆସିଛନ୍ତି । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି । ଠିକ୍ ସେତିକି ବେଳେ ପାଖରେ ଥିବା କୁକୁର ବୁଝାମଣା ପାଇଁ ସେମାନଙ୍କ ଲଢ଼େଇ ଭିତରେ ପଶିଥିଲା । ଏହା ପରେ ଯାହା ଘଟିଲା, ତାହା ଦେଖି ଆପଣ ବି ହସି ହସି ଗଡ଼ିବେ ।

ବିଚ୍ ରାସ୍ତାରେ ୨ ଷଣ୍ଢଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ କୁକୁର ମଝିରେ ପଶିବାରୁ ଜଣେ ଷଣ୍ଢ ବରଦାସ୍ତ କରିପାରିଲା ନାହିଁ । ଏହା ପରେ ସେ ନିଜର ପାଟିରେ କୁକୁରର କାନକୁ ଧରି ଭୂମିରୁ ଉଠାଇ କିଛି ଦୂରକୁ ଫିଙ୍ଗିଦେଇଥିଲା । ଏହି ସମୟରେ ସୁଯୋଗ ନେଇ ଦ୍ୱିତୀୟ ଷଣ୍ଢଟି ନିଜ ଶିଙ୍ଗରେ ଆକ୍ରମଣ କରିବାରେ ଲାଗିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଅଧିକ ଲୋକ ଦେଖିବା ସହ ମଜାଦାର କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.