fbpx

ଫିଲ୍ମରେ କାମ ଦେବା ବାହାନାରେ ବନାଇଲେ ପର୍ଣ୍ଣ ଭିଡିଓ, ବ୍ଲାକମେଲ ପରେ ଥାନାରେ ମାମଲା

ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ଉତ୍ତର ପଦେଶ ରାଜଧାନୀ ଲକ୍ଷେ୍ନø ରେ ଜଣେ ମଡେଲଙ୍କୁ ୱେବ ସିରିଜ୍ କାମ ଦେବାକୁ କହି ଅଶ୍ଲୀଳ ଭିଡିଓ କରି ଭାଇରାଲ କରିବା ମାମଲା ସାମ୍ନାକୁ ଆସିଛି । ମଡେଲ ଜଣକ ଏହି ମାମଲାରେ ଦୁଇ ମହିଳାଙ୍କ ସହ ୬ ଜଣଙ୍କ ବିରୋଧରେ ବିଭୂତିଖଣ୍ଡ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ମଡେଲଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମଡେଲିଂ କରୁଥିବା ଏହି ଯୁବତୀଙ୍କ ଜଣକ ମାଡି଼ଆଭାନ ଅଞ୍ଚଳର । ସେ ଅଭିଯୋଗ କରିଛନ୍ତି ଯେ ବୈଷ୍ଣବୀ ଫିଲ୍ମ ପ୍ରଡକ୍ସନର ଦୀୟା ବର୍ମା ତାଙ୍କୁ ଫିଲ୍ମରେ କାମ ଦେବାକୁ କହିଥିଲେ । ସେ ତାଙ୍କୁ ବିଭୂତିଖଣ୍ଡ ସ୍ଥିତ ଗେଷ୍ଟ ହାଉସକୁ ଡାକିଥିଲେ ଯେଉଁଠାରେ ତାଙ୍କ ସହ ପ୍ରିୟା ମିଶ୍ରା, ଅନୁପ ଓଝା, ବରୁଣ ତିୱାରୀ, ଆୟୁଷ ମିଶ୍ରା ଏବଂ ସନ୍ଦୀପ ବିଶ୍ୱକର୍ମା ମଧ୍ୟ ଉପସ୍ଥିତ ଥିଲେ ।

ପୀଡ଼ିତା ଅଭିଯୋଗ କରିଛନ୍ତି ସେମାନେ ତାଙ୍କୁ ଏକ ଡ୍ରେସ ପିନ୍ଧିବାକୁ କହିଥିଲେ ଏବଂ ଏହାକୁ ପିନ୍ଧି ସ୍କ୍ରିନ ଟେଷ୍ଟ ଦେବାପାଇଁ କହିଥିଲେ । ଯେତେବେଳେ ଯୁବତୀ ଡ୍ରେସ ପିନ୍ଧିବାକୁ ରୁମ୍ କୁ ଯାଇଥିଲେ ସେତେବେଳେ ତାଙ୍କର ଭିଡିଓ ରେକର୍ଡ କରାଯାଇଥିଲା । ଏହା ସହ ତାଙ୍କ କୋଲ୍ଡ ଡ୍ରିଙ୍କ୍ସ ରେ ନିଶା ଦ୍ରବ୍ୟ ମିଶାଇ ତାଙ୍କର ଭିଡିଓ ବନାଯାଇଥିଲା । ମଡେଲ ଆହୁରି ଅଭିଯୋଗ କରିଛନ୍ତି ଏହାକୁ ନେଇ ଅଭିଯୁକ୍ତମାନେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ମାଗିଛନ୍ତି ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଟଙ୍କା ନଦେବାରୁ ଭିଡିଓର କିଛି ଅଂଶ ସେମାନେ ଭାଇରାଲ ମଧ୍ୟ କରିଛନ୍ତି । ଯୁବତୀ ଏହା ଜାଣିବା ପରେ ଛଅ ୬ ଅଭିଯୁକ୍ତଙ୍କ ବିରୋଧରେ ବିଭୂତିଖଣ୍ଡ ଥାନାରେ ମାମଲା ରୁଜୁ କରିଛନ୍ତି ।

 

Get real time updates directly on you device, subscribe now.