ବାହାର ସେ କୋଈ ଅନ୍ଦର ନା ଆସକେ ,ଅନଦର ସେ କୋଈ ବାହାର ନା ଜାସକେ ,ସୋଚୋ କଭି ଏସI ହୋ ତୋ କ୍ୟା ହୋ ..

କଟକ ,ଭୁବନେଶ୍ୱର ,ଭଦ୍ରକ ସଟ ଡାଉନ I ପିପିଲି ,ଯାଜପୁର ବି ସମାନ ଅବସ୍ଥା I ଆଉ ସାରା ରାଜ୍ୟ କାହିଁକି ସାରା ଦେଶ ଲକ ଡାଉନ I ସମସ୍ତେ ଘରେ ରହି ବୋର I ବାହାରକୁ ବାହାରିବା ଉପରେ କଟକଣା I ଏମିତିକି ଯିଏ ଘର ବାହାରେ ଅନ୍ୟ ରାଜ୍ୟ ,ଅନ୍ୟ ସହରରେ ରହିଯାଇଛନ୍ତି ସେମାନଙ୍କୁ ବି ଘରକୁ ଫେରିବା ମନା I କେହି କେବେ ଭାବିନଥିଲେ ଏଭଳି ଅବସ୍ଥା ଭୋଗିବାକୁ ପଡିବ I କେହି ସ୍ୱପ୍ନରେ ବି କଲ୍ପନା କରିନଥିଲେ I କିନ୍ତୁ ଆଜିକୁ 47 ବର୍ଷ ତଳେ ଜଣେ ଗୀତିକାର ଏହାର ସଂକେତ ଦେଇଥିଲେ I ଆପଣଙ୍କ ମନେଥିବ 1973ରେ ରିଲିଜ ହୋଇଥିବା ସୁପର ହିଟ ବଲିଉଡ ମୁଭି ବବି କଥା I ଯାହାର ଲୋକପ୍ରିୟ ଗୀତ ଥିଲା ବାହାର ସେ କୋଈ ଅନଦର ନା ଆସକେ I ସେତେବେଳେ ସେହି ଫିଲ୍ମ ର ହିରୋ ରିଷି କପୁର ଏବେ ଘରେ ବସି ବାସ୍ତବିକ ସେ ଗୀତର ମର୍ମ ଅନୁଭବ କରୁଥିବେ I 130 କୋଟି ଭାରତୀୟ ବି ଠିକ ଏହା ଭାବୁଥିବେ I