fbpx

୧୦୦୦ କୋଟି ଟଙ୍କାରେ ନିର୍ମାଣ ହେବ ଫିଲ୍ମ, ଏକାଠି ହେଲେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍

ମୁମ୍ବାଇ: ଦେଶର ନାମୀଦାମୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ କମ୍ପାନୀ ଓ ହିନ୍ଦୀ ସିନେମାର ଦିଗ୍ଗଜ କମ୍ପାନୀ ଟି-ସିରିଜ୍ ଖୁବ୍ ଶୀଘ୍ର ମିଳିତ ସହାୟତାରେ କାମ କରିବାକୁ ଯାଉଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍ , ମିଳିତ ସହଯୋଗରେ ୧୦ ଟି ଫିଲ୍ମ ତିଆରି କରିବାନେଇ ଘୋଷଣା କରିଛନ୍ତି । ଆଉ ଏହି ଫିଲ୍ମ ତିଆରି କରିବା ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ତେବେ ଏହି ୧୦ଟି ଫିଲ୍ମରେ କଣ କଣ ହେବ ଓ ଏଥିରେ କେଉଁ କେଉଁ ଷ୍ଟାର ମାନେ ନଜର ଆସିବେ ସେ ନେଇ କିଛି ବି ଘୋଷଣା ହୋଇନାହିଁ । ହେଲେ ଏହାର ଆରମ୍ଭ ଦକ୍ଷିଣ ଭାରତର ହିଟ୍ ଫିଲ୍ମ “ବିକ୍ରମଭେଧା” ର ହିନ୍ଦୀ ରିମେକ୍ ରୁ ହେବ ଓ ଏଥିରେ ହ୍ରିତିକ୍ ରୋଶନ୍ ଏବଂ ସୈଫ୍ ଅଲୀ ଖାନ୍ ଲିଡ୍ ରୋଲରେ ରହିବେ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ କଥା ହେଉଛି, ବର୍ତ୍ତମାନ ପର୍ୟ୍ୟନ୍ତ ମ୍ୟୁଜିକ୍ ନିର୍ମାଣର ମାର୍କେଟିଂ ପାଇଁ ଟି-ସିରିଜ୍ କମ୍ପାନୀ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମଧ୍ୟରେ ଏକ ଦୀର୍ଘ ସହଭାଗୀତା ରହିଆସିଛି । ଏହି ସହଭାଗୀତା ଅନୁଯାୟୀ ଉଭୟ କମ୍ପାନୀ ପ୍ରାୟ ୧୦୦ ଟି ଫିଲ୍ମରେ କାମ କରିଛନ୍ତି। କିନ୍ତୁ, ଏହା ପ୍ରଥମ ଥର ପାଇଁ ମୁମ୍ବାଇର ଦୁଇଟି ବଡ ଷ୍ଟୁଡିଓ ଏକାଠି ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ୧୦ ଟି ଚଳଚ୍ଚିତ୍ର ମଧ୍ୟରୁ ତିନୋଟି ହେଉଛି ମେଗା ବଜେଟ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଗୁଡ଼ିକରେ ଶୀର୍ଷ ତାରକା ଏବଂ ଟେକ୍ନିସିଆନ ମାନେ କାମ କରୁଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଟି-ସିରିଜର ଏହି ୧୦ ଟି ଚଳଚ୍ଚିତ୍ରରେ ଅନେକ ନିର୍ମାଣାଧୀନ ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସହଭାଗୀତା ଘୋଷଣା ସହିତ ପ୍ରକାଶ ପାଇଥିବା ଚଳଚ୍ଚିତ୍ରଗୁଡ଼ିକରେ ତାମିଲ ବ୍ଲକବଷ୍ଟରର ହିନ୍ଦୀ ରିମେକ୍, ଏକ ଐତିହାସିକ ବାୟୋପିକ୍, ଗୁପ୍ତଚର ଥ୍ରୀଲର, କୋର୍ଟ ରୁମ୍ ଡ୍ରାମା, ବ୍ୟଙ୍ଗାତ୍ମକ କମେଡି ଫିଲ୍ମ, ରୋମାଣ୍ଟିକ୍ ଡ୍ରାମା ଏବଂ ଇଭେଣ୍ଟ ଉପରେ ଆଧାରିତ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.