fbpx

୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!

ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର ଠାଣେରୁ ଆସିଛି, ଯେଉଁଠାରେ ରହୁଥିବା ଜଣେ ବୃଦ୍ଧ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ସିମ୍ କାର୍ଡର ଡର ଦେଖାଇ ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ୬ଲକ୍ଷ ୨୫ ହାଜର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବୟସ୍କ ଜଣକ ଏନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ଖବର ମୁତାବକ, ବୟସ୍କଙ୍କ ନିକଟକୁ ଏକ କଲ୍ ଆସିଥିଲା, ଯେ କି ନିଜ ଟେଲିକମ କମ୍ପାନୀର ବୋଲି କହିଥିଲା । ଠକ ଜଣକ ବୟସ୍କଙ୍କୁ କଥାରେ ଫସାଇବାକୁ କହିଥିଲା ଯେ, ‘ସାର୍ ଆପଣଙ୍କ ସିମ୍ ଖୁବଶୀଘ୍ର ବନ୍ଦ ହୋଇଯିବ । ଏହାର ଭେରିଫିକେସନ ହୋଇନାହିଁ । ଯଦି ଆପଣ ଗୋଟିଏ ଦିନ ଭିତରେ ଏହାର ଭେରିଫିକେସନ ନ କରନ୍ତି, ତେବେ ଆପଣଙ୍କ ସିମ୍ ସବୁଦିନ ପାଇଁ ବନ୍ଦ ହୋଇଯିବ ।’ ଏପରି କହି ବୟସ୍କଙ୍କୁ ଡରାଇଥିଲା ଠକ ।

ବୟସ୍କ ଜଣକ ଅନ୍ୟ କେଉଁଠାକୁ ଚାଲିଯିବେ ଭାବି ଠକ ତୁରନ୍ତ କହିଥିଲା ଯେ, ଏଥିପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡିବ ନାହିଁ । ଆପଣଙ୍କୁ ଏକ ଲିଙ୍କ ଦଉଛୁ, ଯେଉଁଠାରେ କ୍ଲିକ୍ କରି ଆପଣ ୧୧ ଟଙ୍କା ପେମେଣ୍ଟ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସିମର ଭେରିଫିକେସନ ହୋଇଯିବ ।’

ବୟସ୍କଙ୍କୁ ମଧ୍ୟ ତାର କଥା ଠିକ୍ ଲାଗିଲା । କାରଣ ବଜାର ଯିବାରେ ଅଧିକ ସମୟ ଲାଗିବ । ଏଥିପାଇଁ ବୟସ୍କ ଠକର କଥାରେ ଫସିଗଲେ । ଠକ ଜଣକ ବୟସ୍କଙ୍କୁ ଏକ ଲିଙ୍କ ପଠାଇଥିଲା । ଲିଙ୍କ ଖୋଲିବା ମାତ୍ରେ ଫୋନର ନିୟନ୍ତ୍ର ଠକ ପାଖକୁ ଚାଲିଗଲା । ମାତ୍ର କିଛି ମିନିଟ ଭିତରେ ଠକଟି ବୟସ୍କଙ୍କ ଆକାଉଣ୍ଟରୁ ୬ ଲକ୍ଷ ୨୫ ହଜାର ଟଙ୍କା ବାହାର ନେଇଗଲା । ବୟସ୍କଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେଲା ସାଇବର ଠକ ।

Get real time updates directly on you device, subscribe now.