ନବଦାସ ମାମଲାରେ ଦାଖଲ ହେବ ଫାଇନାଲ ରିପୋର୍ଟ

ନବ ଦାସ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ। ଏନେଇ କ୍ରାଇମ୍‌ବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ। ଏନେଇ କ୍ରାଇମ୍‌ବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି। ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି। ଏନେଇ ଖୁବ୍‌ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

ଗୋପାଳଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ପାଖାପାଖି ଘଣ୍ଟାଏ ସମୟ ଗୋପାଳଙ୍କ ପତ୍ନୀଙ୍କୁ କରାଯାଇଥିଲା ଜେରା।

ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଛି କ୍ରାଇମବ୍ରାଞ୍ଚ। ନବଦାସ ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି ସେମାନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିକେ ମଲ୍ଲିକ।