fbpx

ସରକାରୀ ଅଧିକାରୀଙ୍କ ଗାଡ଼ି ଚଢ଼ିବାରେ ଲାଗିବ ଲଗାମ: କିଏ କେଉଁ ଗାଡ଼ି ଚଢ଼ିବ, ବିଜ୍ଞପ୍ତି ପ୍ରକାଶ କଲା ଅର୍ଥ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ଅଧିକାରୀମାନେ ଆଉ ମନଇଚ୍ଛା ଗାଡ଼ି ଚଢ଼ିପାରିବେ ନାହିଁ । କେଉଁ ଅଫିସର କେତେ କିଲୋମିଟର ଗସ୍ତ କରିବେ ସେନେଇ ଧାର୍ଯ୍ୟ କରାଯାଇଛି । ଏଥିସହିତ ଗାଡ଼ିର ମାସିକ ଭଡ଼ା ମଧ୍ୟ ସ୍ଥିର ହୋଇଛି । ସରକାରୀମାନେ ବାବୁମାନେ ଏଣିକି ବେସରକାରୀ ଗାଡ଼ି ଚଢ଼ିବେ । ବଡ଼ବାବୁ, ମନ୍ତ୍ରୀଙ୍କ ପାଇଁ ଘରୋଇ ଗାଡ଼ି ଅଣାଯିବ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନିକଟରେ ଏଭଳି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ କିଏ କେଉଁ ଗାଡ଼ି ଚଢ଼ିବେ, ପ୍ରତି କିଲୋମିଟର ପିଛା କେତେ ଟଙ୍କା ଖର୍ଚ୍ଚ ହେବ, କାହାକୁ କେଉଁ ଗାଡ଼ି ଦିଆଯିବ ତା’ର ଏକ ତାଲିକା ପ୍ରକାଶ ପାଇଛି । ଗାଡ଼ିର ଯେପରି ଅପବ୍ୟବହାର ନହେବ ଓ ଅଯଥାରେ ପେଟ୍ରୋଲ ଖର୍ଚ୍ଚ ନହେବ ସେଥିପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବିଭିନ୍ନ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ସେ ବାବଦ ତଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ସେଥିପାଇଁ କେଉଁ ଅଧିକାରୀ କେତେ ଦୂର ଗାଡ଼ି ବ୍ୟବହାର କରିପାରିବେ ତା’ର ସୀମା ନିର୍ଦ୍ଧାରଣ କରାଯାଇଛି ।

ବିଜ୍ଞପ୍ତି ମୁତାବକ, ଜିଲ୍ଲାପାଳ ଓ ଏସପିମାନେ ସ୍କର୍ପିଓ, କ୍ରେଟା, ମହିନ୍ଦ୍ରା ବ୍ୟବହାର କରିବା ସହିତ ସେମାନଙ୍କୁ ୩୭ ହଜାର ଟଙ୍କା ଦିଆଯିବ । ସେହିପରି ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ସଚିବ ଅଧିକାରୀମାନେ ସ୍ୱିଫ୍ଟି ଡିଜାୟର, ଇଟିଅସ ଗାଡ଼ି ଚଢ଼ିବା ସହିତ ସେମାନଙ୍କୁ ୨୬ ହଜାର ଦିଆଯିବ । ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀମାନେ ଇନୋଭା, ହେକ୍ସା, ଏକ୍ସୟୁଭି-୫୦୦ ଗାଡ଼ି ଚଢ଼ିବେ ଓ ସେମାନଙ୍କୁ ମାସକୁ ୪୨ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ପ୍ରମୁଖ ସଚିବ ପାହ୍ୟାର ଅଧିକାରୀମାନେ ସିଆଜ, ହୋଣ୍ଡା-ସିଟି ଗାଡ଼ି ଚଢ଼ିବେ ଓ ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.