fbpx
BSKY SKY
BSKY SKY

ବଜେଟ୍ ୨୦୨୨-୨୩: ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି

BSKY

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହା ଚତୁର୍ଥ ବଜେଟ ହୋଇଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧି ୯.୨୭ ରହିବା ନେଇ ଅନୁମାନ କରାଯାଉଛି ।

ତେବେ ଆଗାମୀ ଦିନରେ ଦେଶରେ ୬୦ ଲକ୍ଷ ଚାକିରି ସୃଷ୍ଟି ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯୁବକ, ମହିଳା ଓ ଗରିବଙ୍କୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିସହ ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ପ୍ରଦାନ କରାଯିବ । ଭାରତକୁ ବିଶ୍ୱର ଅଗ୍ରଣୀ ଅର୍ଥନୀତିରେ ପରିଣତ ଉଦ୍ଦେଶ୍ୟରେ ବିଭିନ୍ନ ଦିଗ ପ୍ରତି ଫୋକସ୍ କରାଯାଇଛି । ପିଏମ ଗତିଶକ୍ତି ଯୋଜନା ମାଧ୍ୟମରେ ଦେଶର ଅର୍ଥନୀତି ଆଗକୁ ବଢ଼ିବା ସହ ଯୁବକଙ୍କ ପାଇଁ ଅଧିକ ମାତ୍ରାରେ ଚାକିରି ସୃଷ୍ଟି ହେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି ।

Get real time updates directly on you device, subscribe now.