fbpx
BSKY SKY
BSKY SKY

ବଜେଟ୍ ୨୦୨୨: ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ, ଜାଣନ୍ତୁ ଅଙ୍ଗନବାଡ଼ିକୁ ନେଇ କ’ଣ ହୋଇଛି ଘୋଷଣା

BSKY

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଛି ବଡ଼ ଘୋଷଣା । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ । ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ ଶହ ଚ୍ୟାନେଲ ହେବ । ନ୍ୟାସନାଲ ଟେଳି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ନିମହାନ୍ସ ସହାୟତାରେ ଟେଳଇ ମେଣ୍ଟାଲ ହେଲଥ ଆରମ୍ଭ କରାଯିବ ।

ଏହା ସହ ଅଙ୍ଗନାବାଡ଼ିକୁ ଅଧିକ ସୁଦୃଢ଼ କରାଯିବ । ସକ୍ଷମ ଅଙ୍ଗନବାଡ଼ି ହେବ । ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନାବାଡ଼ିକୁ ଅପଗ୍ରେଡ କରାଯିବ । ୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ କରାଯିବ । ପିଏମ ଆବାସ ଯୋଜନା ପାଇଁ ୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲପମେଣ୍ଟ ସ୍କିମ ଆରମ୍ଭ ହେବ ।

ଅର୍ଥମନ୍ତ୍ରୀ ପୁଣି କହିଛନ୍ତି ଯେ, ‘୧୧୨ ଆକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛନ୍ତି । କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି । ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି । ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

Get real time updates directly on you device, subscribe now.