fbpx
BJD
BJD SKY
BJD SKY

MSP ଜରିଆରେ କୃଷକ ପାଇବେ ୨.୭ ଲକ୍ଷ କୋଟି, ମିଳିବ ଡିଜିଟାଲ ସେବା

ନୂଆଦିଲ୍ଲୀ: ବଜେଟ୍ ୨୦୨୨-୨୩ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟ୍ ରେ କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ ପଦକ୍ଷେପ ନିଆଯାଇଛି । ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, କେମିକାଲ ମୁକ୍ତ କୃଷିକୁ ପ୍ରୋତ୍ସାହନ ଦିଆଯିବ । ଏମଏସପି ଦ୍ୱାରା ଚାଷୀଙ୍କୁ ଠାରୁ ରେକର୍ଡ କ୍ରୟ କରାଯିବ । ତେବେ ଚଳିତ ବଜେଟ୍ ରେ ଏମଏସପି ଜରିଆରେ କୃଷକଙ୍କୁ ୨.୭ ଲକ୍ଷ କୋଟି ଟଙ୍କା ଦିଆଯିବ । ଏହାସହିତ ଚାଷୀଙ୍କୁ ଡିଜିଟାଲ୍ ସେବା ଦିଆଯିବ । ଜୈବିକ ଉପାୟରେ ପ୍ରୋତ୍ସାହନ ଦିଆଯିବ ଚାଷୀଙ୍କୁ । ଏହାସହିତ ୫ଟି ନଦୀର ସଂଯୋଗୀକରଣ କରାଯିବ । ଚାଷୀଙ୍କ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ଉପଯୋଗ ହେବ ।

Get real time updates directly on you device, subscribe now.