fbpx
BSKY SKY
BSKY SKY

ବଜେଟ୍ ୨୦୨୨-୨୩: ଚାଷୀଙ୍କ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି, ୩ ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍

BSKY

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ପରିପ୍ରେକ୍ଷୀରେ ସେ କୃଷି ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏଥିସହିତ ଲୋକଙ୍କ ଯାତାୟାତକୁ ଆହୁରି ସୁଦୃଢ଼ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୧% ରହିଛି । ଆତ୍ମନିର୍ଭର ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି । ରେଲ୍, ରୋଡ୍, ଏୟାରୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଅଣାଯାଇଛି । ଲୋକଙ୍କୁ ନିର୍ବିଘ୍ନ ଯାତାୟାତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ । ଚାଷୀଙ୍କ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ଉପଯୋଗ ହେବ ।

Get real time updates directly on you device, subscribe now.