fbpx

ଅର୍ଥମନ୍ତ୍ରୀଙ୍କ ଘୋଷଣା: ‘Bad Bank’ ପାଇଁ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବହୁ ପ୍ରତୀକ୍ଷିତ ‘Bad Bank’ ଗଠନ ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସରକାର (NARCL) ବା ବ୍ୟାଡ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡିକୁ ଜାରି ହେଉଥିବା ସିକ୍ୟୁରିଟି ରସିଦକୁ ଗ୍ୟାରେଣ୍ଟି ଦେବେ । ଏହି ଗ୍ୟାରେଣ୍ଟି ୩୦,୬୦୦ କୋଟି ଟଙ୍କା ହେବ । ତେବେ ଚଳିତ ବର୍ଷର ବଜେଟରେ ବ୍ୟାଡ ବ୍ୟାଙ୍କ ପ୍ରତିଷ୍ଠା ବିଷୟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ୫ ଲକ୍ଷ କୋଟିରୁ ଅଧିକ ବ୍ୟାଡ ବ୍ୟାଙ୍କ ଲୋନର ରିକଭରି କରାଯାଇଛି । ମାର୍ଚ୍ଚ ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ରିକଭରି କରାଯାଇଛି । କେବଳ ୨୦୧୮-୧୯ରେ ବ୍ୟାଙ୍କଗୁଡିକ ୧.୨ ଲକ୍ଷ କୋଟି ଟଙ୍କା ଲୋନ ରିକଭର କରିଥିଲା, ଯାହାକି ରେକର୍ଡ ହୋଇଛି । ୨୦୧୮ ମସିହାରେ ୨୧ ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ମଧ୍ୟରୁ କେବଳ ଦୁଇଟି ବ୍ୟାଙ୍କ ଲାଭବାନ ହୋଇଥିଲେ, କିନ୍ତୁ ୨୦୨୧ ମସିହାରେ କେବଳ ଦୁଇଟି ବ୍ୟାଙ୍କ କ୍ଷତିରେ ପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ଅର୍ଥାତ୍ ଆଇବିଏକୁ ‘‘Bad Bank’ ପ୍ରତିଷ୍ଠା କରିବାର ଦାୟିତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ମତରେ, ବ୍ୟାଡ ବ୍ୟାଙ୍କ କୌଣସି ବ୍ୟାଙ୍କ ନୁହେଁ । ବରଂ ଏହା ଏକ ଏସେଟ୍ ରିକନଷ୍ଟ୍ରକ୍ସନ କମ୍ପାନୀ ବା ଏଆରସି । ବ୍ୟାଡ ବ୍ୟାଙ୍କ ଏପରି ଆର୍ଥିକ ସଂସ୍ଥା, ଯାହାକି ବ୍ୟାଙ୍କମାନଙ୍କରେ ଫଶି ରହିଥିବା ଋଣ କ୍ରୟ କରି ତାର ପରିଚାଳନା କରିଥାଏ । ଏଥିରେ ବ୍ୟାଙ୍କ ଅତି ସହଜରେ ଲୋକଙ୍କୁ ଋଣ ଦେଇଥାଏ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.