fbpx
BSKY
BJD SHG SKY
BJD YOUTH SKY

ହାତର ଆଙ୍ଗୁଠିରୁ ଜାଣନ୍ତୁ ଭାଗ୍ୟ:ଏହି ଆକାରର ଆଙ୍ଗୁଠି ଥିଲେ କଣ ହୋଇଥାଏ ଜାଣନ୍ତୁ

ଜ୍ୟେତିଷ ଶାସ୍ତ୍ର ପରି ହସ୍ତରେଖା ଶାସ୍ତ୍ର ସାହାଯ୍ୟରେ ମଧ୍ୟ ବ୍ୟକ୍ତିଙ୍କ ବିଷୟରେ ଅନେକ କଥା ଜଣା ପଡିଥାଏ । ହାତରେଖା ସାହାଯ୍ୟରେ ହସ୍ତଶାସ୍ତ୍ର ବିଶେଷଜ୍ଞମାନେ ବ୍ୟକ୍ତିର ଭାଗ୍ୟ, ଭବିଷ୍ୟ ଏବଂ ଜୀବନର ସୁଖ ଦୁଃଖ ବିଷୟରେ କହିପାରିଥାନ୍ତି । ତେବେ ହାତ ରେଖା ସହିତ ହାତର ଆଙ୍ଗୁଠିରୁ ମଧ୍ୟ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଜଣେ ବ୍ୟକ୍ତିର ଜୀବନରେ କେତେ ସୁଖ ଦୁଃଖ ଅଛି ତାହା ଜଣା ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ହାତର ଆଙ୍ଗୁଠି ବ୍ୟକ୍ତିର ଜୀବନ ଉପରେ କିପରି ଭାବରେ ପ୍ରଭାବ ପକାଇଥାଏ ।

ଏହି ବ୍ୟକ୍ତିମାନଙ୍କୁ ମିଳିଥାଏ ସମ୍ମାନ: ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଯେଇଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠି ତର୍ଜନୀ ଆଙ୍ଗୁଠି ଠାରୁ ବଡ ଥାଏ, ସେମାନଙ୍କର କଳା ସାହିତ୍ୟ ପ୍ରତି ବହୁତ ହୁର୍ବଳତା ଥାଏ । କିନ୍ତୁ ସେମାନଙ୍କୁ ତାଙ୍କ କାର୍ଯ୍ୟରେ ସହଜରେ ସଫଳତା ମିଳି ନଥାଏ । ଯଦି ଅନାମିକା ଓ ତର୍ଜନୀ ଦୁଇଟି ଆଙ୍ଗୁଠି ପରସ୍ପର ସମାନ ରହିଥାଏ ତେବେ ସେହି ବ୍ୟକ୍ତିଙ୍କର ଧନର ଅଭାବ ହୋଇ ନଥାଏ । ଏଥି ସହିତ ସମାଜରେ ତାଙ୍କୁ ଅନେକ ମାନ ସମ୍ମାନ ମିଳିଥାଏ ।

ଏହି ବ୍ୟକ୍ତିମାନେ ସର୍ବଦା ଦୁଃଖ ପାଆନ୍ତି: ହସ୍ତଶାସ୍ତ୍ର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ତର୍ଜନୀ ଆଙ୍ଗୁଠି ମଧ୍ୟମା ଆଙ୍ଗୁଠି ଠାରୁ ବଡ ହୋଇଥାଏ ତେବେ ସେମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ । ଏହି ବ୍ୟକ୍ତିମାନେ ସର୍ବଦା ଦୁଃଖରେ ରହିଥାନ୍ତି । ତେବେ ଏହି ବ୍ୟକ୍ତିମାନଙ୍କ ନିଜ ନିଷ୍ପତି ହିଁ ସେମାନଙ୍କୁ ବିପଦରେ ପକାଇଥାଏ ।

ନିଜ ସ୍ୱପ୍ନରେ ରହିଥାନ୍ତି ଏହି ବ୍ୟକ୍ତି: ଯେଉଁ ବ୍ୟକ୍ତିମାନଙ୍କର ମଧ୍ୟମା ଆଙ୍ଗୁଠି ତର୍ଜନୀ ଆଙ୍ଗୁଠି ଠାରି ବହୁତ ଛୋଟ ଥାଏ ସେହି ବ୍ୟକ୍ତିମାନେ ସର୍ବଦା ନିଜ ସ୍ୱପ୍ନ ରାଇଜରେ ରହିଥାନ୍ତି । ଏହି ବ୍ୟକ୍ତିମାନେ କାମ କମ ଏବଂ ବଡ ବଡ ସ୍ୱପ୍ନ ବେଶି ଦେଖିଥାନ୍ତି । ଯେଉଁ କାରଣୁ ସେମାନେ ଅନେକ ସ୍ଥାନରେ ଅପଦସ୍ତ ହୋଇଥାନ୍ତି । ତେବେ ଯଦି କୌଣସି ବ୍ୟକ୍ତିଙ୍କ ମଧ୍ୟମା ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଠି ସମାନ ହୋଇଥାଏ ତେବେ ସେହି ବ୍ୟକ୍ତିମାନେ ନିଜ କର୍ମକ୍ଷେତ୍ରରେ ଅନେକ ସଫଳତା ହାସଲ କରନ୍ତି ।

Get real time updates directly on you device, subscribe now.