fbpx
BJD SKY
BJD SKY

IND vs PAK: ଏହି ଖେଳାଳିଙ୍କୁ ବାଦ୍ ଦେଇ ପାରନ୍ତି ରୋହିତ ଶର୍ମା ! ଜାଣନ୍ତୁ ସମ୍ଭାବିତ ଚୂଡାନ୍ତ ଏକାଦଶ

BJD

ନୂଆଦିଲ୍ଲୀ: ଆଜି ଏସିଆ କପରେ ପାକିସ୍ତାନ ବିପକ୍ଷ ବଡ ମୁକାବିଲାରୁ ଭାରତ ତାର ଅଭିଯାନ ଆରମ୍ଭ କରିବ। ପାଖାପାଖି ୧୦ ମାସ ପରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ୍ ମୁକାବିଲା ଉପରେ ଏବେ ସଭିଙ୍କ ନଜର। ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଚାଲୁଛି ଯେ, ଦୁଇ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ। ଗୋଟିଏ ପଟେ ପାକିସ୍ତାନ ଶାହିନ ଶାହ ଆଫ୍ରିଦି ଏବଂ ମହମ୍ମଦ ଓ୍ଵାସିମ ୟୁନିୟରଙ୍କୁ ଆହତ କାରଣରୁ ସମସ୍ୟାରେ ପଡିଥିବା ବେଳେ ଅନ୍ୟପଟେ ଭାରତୀୟ ଦଳର ଚୂଡାନ୍ତ ଏକାଦଶକୁ ନେଇ ରୋହିତ ଶର୍ମାଙ୍କୁ ବହୁତ ଚିନ୍ତା କରିବାକୁ ପଡୁଛି। ଏସିଆ କପରେ କେଏଲ ରାହୁଲ, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଅପରପକ୍ଷେ ଯୁବ ଖେଳାଳି ଦମଦାର ପ୍ରଦର୍ଶନ କରି ରୋହିତ ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଯଦି ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ ଉପରେ ନଜର ପକାଇବା ତେବେ ରୋହିତ ଶର୍ମାଙ୍କ ସହିତ ଉପ ଅଧିନାୟକ କେଏଲ ରାହୁଲ ଓପନିଂ କରି ପାରନ୍ତି। ଏହା ପରେ ବିରାଟ କୋହଲି, ସୂର‌୍ୟ୍ୟକୁମାର ଯାଦବ ଏବଂ ଋଷଭ ପନ୍ତ ଆସିବା ସ୍ପଷ୍ଟ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭୂମିକା ନିର୍ବାହ କରିବେ। ଏମିତିରେ ଶୀର୍ଷ ସାତ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ରହିଛି। ଏମିତିରେ ରୋହିତ ଶର୍ମାଙ୍କୁ ଅନୁଭବୀ ଦିନେଶ କାର୍ତ୍ତିକଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବା ପରି କଠିନ ନିଷ୍ପତ୍ତି ନେବାକୁ ପଡିପାରେ। କାର୍ତ୍ତିକ ଗତ କିଛି ମାସ ଧରି ଦମଦାର ଫର୍ମରେ ଅଛନ୍ତି ଏବଂ ଦଳ ପାଇଁ ଫିନିସର ଭୂମିକା ନିଭାଉଛନ୍ତି। ହେଲେ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପାଇଁ ସେ ଚୂଡାନ୍ତ ଏକାଦଶ ଏବଂ ଦଳ ସଂଯୋଜନାରେ ଫିଟ୍ ହୋଇ ପାରୁ ନାହାନ୍ତି।

ଯଦି ରୋହିତ ଶର୍ମା କାର୍ତ୍ତିକଙ୍କୁ ବାଦ୍ ଦିଅନ୍ତି ତେବେ ଭାରତ ଦୁଇ ଦ୍ରୁତ ବୋଲର ଏବଂ ତିନି ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ। ଦ୍ରୁତ ବୋଲିଂରେ ଭୁବନେଶ୍ଵର କୁମାରଙ୍କ ସହିତ ରହିବେ ଅର୍ଶଦୀପ ସିଂହ। ତୃତୀୟ ଦ୍ରୁତ ବୋଲର ଭୂମିକା ନିଭାଇବେ ହାର୍ଦ୍ଦିକ ପାଣ୍ଡ୍ୟା। ସେହିପରି ସ୍ପିନର ରହିବେ ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ ଏବଂ ୟୁଜବେନ୍ଦ୍ର ଚହଲ, ଯେଉଁମାନେ ୟୁଏଇ ପିଚର ଫାଇଦା ଉଠାଇବାକୁ ଚାହିଁବେ। ଯଦି ହାର୍ଦ୍ଦିକ ଚାରି ଓଭର ବୋଲିଂ କୋଟା ପୂରଣ କରି ଦିଅନ୍ତି ତେବେ ରୋହିତଙ୍କ ନିକଟରେ ଅଶ୍ଵିନଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବାର ସୁଯୋଗ ମିଳିବ। କିନ୍ତୁ ରୋହିତ ବ୍ୟାଟିଂରେ କେତେ ଗଭୀରତା ରଖିବାକୁ ଚାହିଁବେ ନାହିଁ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର‌୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

ପାକିସ୍ତାନର ସମ୍ଭାବିତ ଚୂଡାନ୍ତ ଏକାଦଶ

ବାବର ଆଜମ, ମହମ୍ମଦ ରିଜଓ୍ଵାନ, ଫକର ଜମାନ, ଇଫତିଖାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲୀ, ମହମ୍ମଦ ହସନେନ, ଶାଦାବ ଖାନ, ଉସ୍ମାନ କାଦିର, ହାରିସ ରଉଫ, ନସୀମ ଶାହ/ଶାହାନଓ୍ଵାଜ ଦହାନୀ।

ଭାରତ ବନାମ ପାକିସ୍ତାନ ଫାଟାନ୍ସି ଟିମ୍

ଅଧିନାୟକ– ବାବର ଆଜମ
ଉପ ଅଧିନାୟକ– ସୂର‌୍ୟ୍ୟକୁମାର ଯାଦବ
ଓ୍ଵିକେଟ୍ କିପର- ଋଷଭ ପନ୍ତ, ମହମ୍ମଦ ରିଜଓ୍ଵାନ
ବ୍ୟାଟସମ୍ୟାନ– ସୂର‌୍ୟ୍ୟକୁମାର ଯାଦବ, ବିରାଟ କୋହଲି, ବାବର ଆଜମ
ଅଲରାଉଣ୍ଡର– ହାର୍ଦ୍ଦିକ ପାଣ୍ଡ୍ୟା, ଶାଦାବ ଖାନ, ରବୀନ୍ଦ୍ର ଜାଡେଜା
ବୋଲର– ହାରିସ ଉରଫ, ୟୁଜବେନ୍ଦ୍ର ଚହଲ, ନସୀମ ଶାହ

Get real time updates directly on you device, subscribe now.