fbpx

ଭାରତ-ବାଂଲାଦେଶ ସୀମାରେ ମହିଳାଙ୍କୁ ଦୁଷ୍କର୍ମ: ଦୁଇ ବିଏସଏଫ ଯବାନ ଗିରଫ, ଟିଏମସି ଏବଂ ବିଜେପି ମୁହାଁମୁହିଁ

କୋଲକାତା: ଦୁଷ୍କର୍ମ ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଦୁଇ ଯବାନ ଗିରଫ ହୋଇଛନ୍ତି। ଅବୈଧ ଭାବରେ ବାଂଲାଦେଶ ସୀମାପଟୁ ଭାରତ ସୀମାକୁ ପ୍ରବେଶ କରୁଥିବା ମହିଳାଙ୍କ ସହିତ ଏହି ନାରକୀୟ କାଣ୍ଡ ଘଟିଥିବା କୁହାଯାଉଛି। ସହକାରୀ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରାଯାଇଛି ବୋଲି ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କୋର୍ଟର ନିର୍ଦ୍ଦେଶ ଦିଆଯାଇଛି।

୨୬ ଅଗଷ୍ଟ ସକାଳ ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାରେ ଏହି ଘଟଣା ଘଟିଥିଲା। ବିଏସ୍‌ଏଫ୍ କନଷ୍ଟେବଳ ଭାରତୀୟ ସୀମାକୁ ପ୍ରବେଶ କରୁଥିବା ଜଣେ ଦଲାଲ ଓ ଜଣେ ମହିଲାଙ୍କୁ କାବୁ କରିଥିଲେ। କନଷ୍ଟେବଳ ମହିଳାଙ୍କୁ ପାଖରେ ଥିବା ଏକ ବିଲକୁ ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା କୁହାଯାଉଛି। ତାଙ୍କ ସହଯୋଗି ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ମହିଳା ଜଣକ ପୋଲିସ ନିକଟରେ ଏହି ଘଟଣା ବିଷୟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ତେବେ ଏହି ଘଟଣାକୁ ନେଇ ଘଟଣାକୁ ନେଇ ଶାସକ ତୃଣମୁଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଟିଏମସି ଟୁଇଟ୍ କରି କହିଛନ୍ତି, ‘ବିଜେପିର ଦୁର୍ନୀତିରେ ଆମ ଦେଶ ଅସୁରକ୍ଷିତ ହୋଇପଡ଼ିଛି! ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା କ୍ଷମା ମାଗିବା ଉଚିତ୍’ ବୋଲି ଟିଏମସି ମୁଖପାତ୍ର କୃନାଲ ଘୋଷ କହିଛନ୍ତି।
ଅନ୍ୟପକ୍ଷରେ, ‘ଏଭଳି ଅପ୍ରତ୍ୟାଶିତ ଘଟଣା ଯୋଗୁଁ ଟିଏମସି ସମଗ୍ର ବିଏସଏଫର ଭାବମୂର୍ତ୍ତିକୁ ଖରାପ କରିବା ଉଚିତ ନୁହେଁ ବୋଲି କହିଛି। ବିଜେପି ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଟିଏମସିର ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ‘

Get real time updates directly on you device, subscribe now.