fbpx
BSKY
BJD MC SKY
BJD YOUTH SKY

୫୫ବର୍ଷ ଯାଏଁ କୁମାର ରହିଲେ ପାକିସ୍ତାନ ଯୁବକ ଏହା ପରେ , ୧୮ବର୍ଷର ଝିଅ ସହ କରିଲେ…

ପାକିସ୍ତାନ: ଆପଣ ଅନେକ ପ୍ରେମ ସମ୍ପର୍କ ବିଷୟରେ ଶୁଣିଥିବେ ହେଲେ ଏମିତି କିଛି ସମ୍ପର୍କ ଅଛି ଯାହା ବିଷୟରେ ଆପଣ ଶୁଣିଲେ ଥରେ ନିଶ୍ଚୟ ଚକିତ ହେଇଯିବେ। ପାକିସ୍ତାନ ରେ ରହୁଥିବା ୧୮ ବର୍ଷର ମୁସ୍କାନ ୫୫ ବର୍ଷିୟ ଫାରୁକଙ୍କୁ ପ୍ରେମ କରିଥିଲେ। ଏହା ପରେ ଦୁହେଁ ସବୁଦିନ ପାଇଁ ପରସ୍ପର ହୋଇଗଲେ । ଫାରୁକ୍ କହିଛନ୍ତି ଯେ ମୁସ୍କାନଙ୍କ ଗୀତରେ ପ୍ରଭାବିତ ହେବା ପରେ ସେ ତାଙ୍କ ନିକଟକୁ ଆସିଥିଲେ। ଏହି ସମୟରେ,ଫାରୁକଙ୍କ କଥାବାର୍ତ୍ତା ଶୈଳୀ ଦ୍ୱାରା ମୁସ୍କାନ୍ ତାଙ୍କ ଉପରେ ଫିଦା ହେଇ ଯାଇଥିଲେ । ଏକ ସାକ୍ଷାତକାରରେ, ଏହି ଦମ୍ପତି ସେମାନଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ ।

ୟୁଟ୍ୟୁବର୍ ସୟଦ ବେସିତ ଅଲିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଫାରୁକ୍ କହିଛନ୍ତି ଯେ ମୁସ୍କାନ୍ ତାଙ୍କ ଘର ନିକଟରେ ରହୁଥିଲେ। ସେ ତାଙ୍କ ଗୀତକୁ ବହୁତ ପସନ୍ଦ କରିଥିଲେ। ଏଭଳି ପରିସ୍ଥିତିରେ ସେ ମୁସ୍କାନଙ୍କ ଘରକୁ ଯିବା ଆରମ୍ଭ କରିଥିଲେ। ଧୀରେ ଧୀରେ ମୁସ୍କାନ୍ ସେମାନଙ୍କୁ ଧ୍ୟାନ ଦେବା ଆରମ୍ଭ କଲେ ଏବଂ ସେମାନେ କଥାବାର୍ତ୍ତା କରିବାକୁ ଲାଗିଲେ। ଫାରୁକଙ୍କ ଅନୁଯାୟୀ, ମୁସ୍କାନ୍ ପ୍ରଥମେ ତାଙ୍କ ପ୍ରେମରେ ପଡିଥିଲେ। ତା’ପରେ ସେ ମଧ୍ୟ ତାଙ୍କ ହୃଦୟ କଥା କହିଥିଲେ। ଯେତେବେଳେ ଦୁହେଁ ସମ୍ପର୍କକୁ ଆସିବାକୁ ଚିନ୍ତା କରିବା ଆରମ୍ଭ କଲେ, ସେମାନଙ୍କ ପରିବାର ସଦସ୍ୟ, ବନ୍ଧୁ, ସମ୍ପର୍କୀୟ ସେମାନଙ୍କୁ ବହୁତ କିଛି କହିଥିଲେ । ତଥାପି, ସେମାନେ କାହାର ଚିନ୍ତା ନକରି ଏକ ବଡ ନିଷ୍ପତି ନେଲେ ଆଉ ପରସ୍ପରର ହୋଇଗଲେ।

ସାକ୍ଷାତକାରରେ ମୁସ୍କାନ୍ କହିଛନ୍ତି ଯେ ଯେତେବେଳେ ଫାରୁକ୍ ତାଙ୍କ ଘରକୁ ଆସୁଥିଲେ, ସେତେବେଳେ ସେ ‘ନା ମିଲୋ ହାମସେ ଯାଦା କହିନ୍ ପ୍ୟାର୍ ହୋ ନା ଜାଏ …’ ଗୀତ ଗାଉ ଥିଲେ।ମୁସ୍କାନ କହିଛନ୍ତି ଯେ ସେ ଫାରୁକ୍ ପାଇଁ କିଛି କରିପାରିବେ, ଏପରିକି ତାଙ୍କ ଜୀବନ ମଧ୍ୟ ଦେଇପାରିବେ। ଫାରୁକ୍ କହିଛନ୍ତି ଯେ ଏହା ଉପରୋକ୍ତ ଆଶୀର୍ବାଦ ଅଟେ, ଯେ ସେ ମୁସ୍କାନ୍ ଭଳି ଝିଅଙ୍କୁ ସେ ପାଇଲେ । ଏହା ଫାରୁକଙ୍କ ପ୍ରଥମ ବିବାହ । ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁମାର ହୋଇଥିଲେ ଏବଂ ୫୫ ବର୍ଷ ବୟସରେ ସେ ନିଜ ଜୀବନସାଥୀ ପାଇଛନ୍ତି ।

Get real time updates directly on you device, subscribe now.