fbpx

Video: ମୋ ସ୍କୁଲ୍ ଅଭିଯାନ ନାଁରେ ଟଙ୍କା ଆଦାୟ କରି ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

କୋରାପୁଟ: ମୋ ସ୍କୁଲ୍ ଅଭିଯାନ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ଜୋର୍ ଜବରଦସ୍ତ ୫୦୦ ଟଙ୍କା ଆଦାୟ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ହାଟଗୁଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ। ୧୦୦ କି ୨୦୦ ନୁହଁ ମାଟ୍ରିକ ପାସ କରିଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ପିଛା ୫ଶହ ଟଙ୍କା ପ୍ରଧାନ ଶିକ୍ଷୟତ୍ରୀ ଆଦାୟ କରୁଥିବା ନେଇ ଅବିଭାବକ ମାନେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପ୍ରତିବାଦ କରିଥିଲେ।

ତେବେ ସେ କିଛି ଶୁଣୁନଥିବା ସହ ଟଙ୍କା ନେବାର ଯୁକ୍ତି କରୁଥିବା ଭିଡିଓ ଭାଇରାଲ ହୋଇଥିଲା।ଉକ୍ତ ଭିଡିଓରେ ମୋ ସ୍କୁଲ ଅଭିଯାନରେ ସ୍କୁଲର ଆନୁସଙ୍ଗିକ ବିକାଶ ପାଇଁ ଏହା ଖର୍ଚ୍ଚ ହେବ ଏବଂ ଜୟପୁର ଯାଇ ସାର୍ଟିଫିକେଟ ଆଣିବା ଖର୍ଚ୍ଚ କିଏ ବହନ କରିବ ବୋଲି ପାଲଟା ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଭାଇରାଲ୍ ଭିଡିଓକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏପରି କାର୍ୟ୍ୟକୁ ତାଗିଦ କରି ସମସ୍ତ ବିଦ୍ୟାଳୟକୁ ଚିଠି ପଠାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.